oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଏବେ ବି ଭେଣ୍ଟିଲେଟରରେ ରାଜୁ ଶ୍ରୀବାସ୍ତବ, ଭାଇ ଦେଲେ ହେଲଥ୍‌ ଅପଡେଟ୍‌

17/09/2022 at 7:56 AM

ମୁମ୍ଵାଇ ୧୭।୦୯: ଜଣାଶୁଣା କମେଡିଆନ୍‌ ରାଜୁ ଶ୍ରୀବାସ୍ତବ । ହୃଦଘାତରେ ପୀଡିତ ହେବା ପରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହି ସମୟରେ, ଘନିଷ୍ଠ ବନ୍ଧୁଙ୍କ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ରାଜୁ ଶ୍ରୀବାସ୍ତବଙ୍କ ଭାଇ ଦୀପୁ ଶ୍ରୀବାସ୍ତବ ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅପଡେଟ୍ ଦେଇଛନ୍ତି । ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ କିପରି ଅଛି ତାହା ମଧ୍ୟ ଜଣାଇଛନ୍ତି। ରାଜୁ ଶ୍ରୀବାସ୍ତବ ଏବେ ମଧ୍ୟ ଭେଣ୍ଟିଲେଟରରେ ଅଛନ୍ତି ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ପରିବାର AIIMS ରେ ତାଙ୍କର ଚିକିତ୍ସା ଜାରି ରଖିବାକୁ ଚାହୁଁଛନ୍ତି। ଯେଉଁଠାରେ ତାଙ୍କୁ ଅଗଷ୍ଟ ୧୦ରେ ଭର୍ତ୍ତି କରାଯାଇଥିଲା। ସେହି ଦିନ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇରୁ ଦିପୁ ଶ୍ରୀବାସ୍ତବ କହିଛନ୍ତି, ଦିପୁ ଶ୍ରୀବାସ୍ତବ କହିଛନ୍ତି ଯେ ତାଙ୍କ ବଡ଼ ଭାଇ ଭେଣ୍ଟିଲେଟରରେ ଅଛନ୍ତି ।ସୁସ୍ଥ ଥାଇ ବି ଚେତାଶୂନ୍ୟ ଅଛନ୍ତି। ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଶୀଘ୍ର ଭଲ ହୋଇଯିବେ।

ଯେତେବେଳେ ଦିପୁ ଶ୍ରୀବାସ୍ତବଙ୍କୁ ପଚରାଯାଇଥିଲା ଯେ ପରିବାର ହାସ୍ୟ ଅଭିନେତାଙ୍କୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ଚିନ୍ତା କରୁଛନ୍ତି କି, ସେ କହିଛନ୍ତି ନା, ବର୍ତ୍ତମାନ ପର୍ଯ୍ୟନ୍ତ ସେପରି ଯୋଜନା ନାହିଁ। ସେ କୁହନ୍ତି, “ତାଙ୍କୁ AIIMS ରେ ଚିକିତ୍ସା କରାଯିବ ଏବଂ ସୁସ୍ଥ ହେବା ପରେ ଆମେ ତାଙ୍କୁ ଘରକୁ ନେଇଯିବୁ। ଡାକ୍ତରମାନଙ୍କ ଉପରେ ଆମର ବିଶ୍ୱାସ ଅଛି । କାହିଁକି ନା ଡାକ୍ତରମାନେ ତାଙ୍କର ସବୁ ପ୍ରକାରର ଚେଷ୍ଟା କରିଛନ୍ତି ।

   Related Posts