AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସୁଧାର ସୂଚନା, ଦିନେ ଦୁଇଦିନ ପରେ ହଟିପାରେ ଭେଣ୍ଟିଲେଟର

23/08/2022 at 6:28 PM

ନୂଆଦିଲ୍ଲୀ ୨୩।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଥିବାର ସୂଚନା ଆସୁଛି। ରିପୋର୍ଟ ମୁତାବକ ରାଜଙ୍କୁ ମସ୍ତିଷ୍କରେ ସଂକ୍ରମଣ ହ୍ରାସ ହୋଇଛି। ଏଣୁ ରାଜୁଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଏବେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ କମ କରିବା ବିଷୟରେ ଚିନ୍ତା କରୁଥିବା କୁହାଯାଇଛି। ଏପରି ହେଲେ ରାଜୁ ଶ୍ରୀବାସ୍ତବଙ୍କୁ ଖୁବ୍ ଶୀଘ୍ର ଭେଣ୍ଟିଲେଟର ସପୋର୍ଟରୁ ବାହାରକୁ ଅଣାଯାଇପାରେ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ହୃଦଘାତ ହେବା ଯୋଗୁ ରାଜୁ ଶ୍ରୀବାସ୍ତବଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। ଗତ ୧୪ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରତଳ ହେବା ପରେ ଏବେ ସ୍ଥିର ରହିଛି। ତାଙ୍କ ଶରୀରର ସମସ୍ତ ଅଙ୍ଗ ଏବେ ଠିକ ଭାବେ କାମ କରୁଛନ୍ତି। ହେଲେ ସେ ଏବେ ମଧ୍ୟ କୋମାରେ ଅଛନ୍ତି। ରାଜୁ ଶ୍ରୀବାସ୍ତବଙ୍କୁ ପୂର୍ବରୁ ମଧ୍ୟ ଭେଣ୍ଟିଲେଟରରେ ରଖା ଯାଇଥିଲା। ତେବେ ମସ୍ତିଷ୍କରେ ସଂକ୍ରମଣ ଯୋଗୁ ତାଙ୍କୁ ପୁଣି ଥରେ ଭେଣ୍ଟିଲେଟରରେ ରଖା ଯାଇଥିଲା। ଏବେ ଡାକ୍ତରମାନେ କିଛି କିଛି ଘଣ୍ଟା ଭେଣ୍ଟିଲେଟରରୁ ବାହାରେ ରଖି ତାଙ୍କର ଚିକିତ୍ସା କରିବେ।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଝିଅ ଅନ୍ତରା ଗଣମାଧ୍ୟମକୁ କହିଛନ୍ତି। ହେଲେ ସେ ଏବେ ମଧ୍ୟ ବେହୋସ ଅଛନ୍ତି। ଡାକ୍ତର କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏଣୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏଥିପାଇଁ ହସ୍ପିଟାଲରେ ରାଜୁଙ୍କୁ ଭେଟିବା ଲାଗି କାହାରିକୁ ଛାଡି ଦିଆଯାଉନଥିବା ତାଙ୍କ ଝିଅ କହିଛନ୍ତି।

   Related Posts