ରାଜଧାନୀ ଉପକଣ୍ଠରେ ବୋମାମାଡ଼ ଘଟଣା, ଆଖିବୁଜିଲେ ରାଜୁ
23/08/2022 at 10:59 AM

ଭୁବନେଶ୍ୱର ୨୩।୦୮: ରାଜଧାନୀ ଉପକଣ୍ଠ ପଞ୍ଚୁପଲ୍ଲୀରେ ବୋମାମାଡ ଘଟଣା । ପ୍ରାଣ ହରାଇଲେ ପଞ୍ଚୁପଲ୍ଲୀର ରାଜୁ ସାହୁ । ସେପଟେ ବୋମାମାଡ କରିଥିବା ଅକ୍ଷୟଙ୍କୁ ଖୋଜୁଛି ପୋଲିସ ।
ଖବର ଅନୁଯାୟୀ, ଜନ୍ମାଷ୍ମମୀ ରାତିରେ ଗଣ୍ଡଗୋଳକୁ ନେଇ ବୋମାମାଡ ହୋଇଥିଲା । ଯେଉଁଥିରେ କି ଏକାଧିକ ଯୁବକ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଏବେ ଗୁରୁତର ରାଜୁ ସାହୁଙ୍କ ମୃତ୍ୟୁ ହୋଇଛି । ସେପଟେ ବୋମାମାଡ଼ କରିଥିବା ଅକ୍ଷୟଙ୍କୁ ଖୋଜୁଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କହିଲେ ଡିସିପି ।
Related Posts
ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28 January 2023
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023