vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ, ହୃଦଘାତରେ ଚାଲିଗଲା ପ୍ରାଣ

2/11/2020 at 1:24 PM

ଭୁବନେଶ୍ୱର ୦୨।୧୧: ଓଲିଉଡ ପାଇଁ ଆଉ ଏକ ଦୁଃଖଦ ଖବର । ପ୍ରଥମେ ବିଜୟ ମହାନ୍ତି, ପରେ ଅଜିତ ଦାସ ପରି ବରିଷ୍ଠ ଅଭିନେତାଙ୍କ ପରଲୋକ ହୋଇଥିଲା । ଏବେ ବରିଷ୍ଠ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି । ଆଜି ସକାଳ ସମୟରେ ଜଟଣୀସ୍ଥିତ ବାସଭବନରେ ବସିଥିବା ହଠାତ ତାଙ୍କୁ ହୃଦଘାତ ମାରିଥିଲା । ଯାହାଫଳରେ କି ତାଙ୍କର ପ୍ରାଣବାୟୁୂ ଉଡିଯାଇଥିଲା ।

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ । ୭୨ବର୍ଷ ବୟସରେ ରାଜୁ ମିଶ୍ରଙ୍କ ପରଲୋକ ହୋଇଛି । ଜଟଣୀ ସ୍ଥିତ ବାସଭାବନରେ ରାଜୁ ମିଶ୍ରଙ୍କ ପରଲୋକ ହୋଇଛି । ଘରେ ବସିଥିବା ବେଳେ ହୃଦଘାତରେ ପରଲୋକ ହୋଇଯାଇଛି । ତେବେ ରାଜୁ ମିଶ୍ର ବିୟୋଗରେ ପୁରା ଓଲିଉଡରେ ଶୋଖରେ ଛାୟା ଖେଳିଯାଇଛି ।

ଓଡିଆ ଫିଲ୍ମଜଗତରେ ଅନେକ ସୁପରହିଟ ଫିଲ୍ମର ନିର୍ଦ୍ଦେଶନ ଦେଇଛନ୍ତି ରାଜୁ ମିଶ୍ର । କେବଳ ଓଡିଆ ନୁହେଁ ଅନେକ ଭାଷାରେ ମଧ୍ୟ ଚଳଚ୍ଚିତ୍ର କରିଛନ୍ତି ରାଜୁ ମିଶ୍ର । ୨୦୧୨ ମସିହାରେ ରାଜୁ ମିଶ୍ରଙ୍କୁ ଜୟଦେବ ପୁରସ୍କାର ମିଳିଥିଲା । ମମତା ମାଗେ ଫୁଲ, ସତ ମିଛ, ସିଂହ ବାହିନୀ, ଜଗା ହାତରେ ପଘା, ପୁଅ ମୋର କଳା ଠାକୁର, ସାଗର ଗଙ୍ଗା, ପଥର ଖସୁଛି ବଡଦେଉଳ ଆଦି ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।

ରାଜୁ ମିଶ୍ର ଏକାଧାରରେ ନିର୍ଦ୍ଦେଶନା ଓ ସିନେମାଟୋଗ୍ରାଫର ଭାବେ କାର୍ଯ୍ୟ ମଧ୍ୟ କରିଥାନ୍ତି । ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଫିଲ୍ମ ଟେଲିଭିଜନ ଇନଷ୍ଟୁଚ୍ୟୁଟରୁ ଡିଗ୍ରୀ ହାସଲ କରିଥିଲେ । ବର୍ତ୍ତମାନର ଓଲିଉଡ ଜଗତର ଅନେକ ପ୍ରତିଷ୍ଠିତ କଳାକାରଙ୍କୁ ସିନେ ଜଗତକୁ ଆଣିବାରେ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଭୂମିକା ରହିଛି । ବଦ୍‌ରାଗୀ କୁହାଯାଉଥିବା ରାଜୁ ମିଶ୍ର ବାସ୍ତବରେ ଥିଲେ ଜଣେ ସ୍ନେହୀ, ପରୋପକାରୀ ତଥା ସତ୍ ଚରିତ୍ରର ବ୍ୟକ୍ତିତ୍ୟ । ତାଙ୍କର ଅକସ୍ମାତ ବିୟୋଗରେ ସାରା ଓଲିଉଡ ଜଗତ ଆଜି ମର୍ମାହତ ।

   Related Posts