ଜୟପୁର, ୨୦/୦୭: ରାଜସ୍ଥାନରେ ଅଶୋକ ଗେହଲଟ୍ ସରକାର ରାଜ୍ୟର କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କିଷାନ୍ ମିତ୍ର ଏନର୍ଜି ଯୋଜନାର ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ସରକାର କୃଷକଙ୍କୁ ବିଜୁଳି ଉପରେ ପ୍ରତିମାସରେ ୧ ହଜାର ଟଙ୍କା ଏର୍ଥାତ ବର୍ଷକୁ ୧୨ ହଜାର ଟଙ୍କାର ଅନୁଦାନ ଦେବେ । ସରକାରଙ୍କ ଦାବି ଅନୁସାରେ ଏହି ଯୋଜନା ଦ୍ୱାରା ଲଘୁ ଏବଂ ମଧ୍ୟମ ବର୍ଗୀୟ କୃଷକଙ୍କ ପାଇଁ ବିଜୁଳି ପ୍ରାୟ ମାଗଣା ହୋଇଯିବ ।
ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କୃଷକଙ୍କୁ ଆର୍ଥିକ ସମ୍ୱଳ ପ୍ରଦାନ କରିବା । ଏଥି ପାଇଁ ୧୪୫୦ କୋଟି ଟଙ୍କା ପ୍ରସ୍ତାବିତ ହୋଇଛି । ରାଜ୍ୟ ସରକାରଙ୍କ ଅନୁସାରେ କୃଷି ଉପଭୋକ୍ତାଙ୍କୁ ବିଜୁଳି ବିଲ୍ ପ୍ରତିମାସ ୧ ହଜାର ପର୍ଯ୍ୟନ୍ତ ଦେବାକୁ ପଡ଼ିବ ନାହିଁ ।
ଏହି ଯୋଜନାର ଲାଭ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟ୍ୟାକ୍ସ ଦେଉଥିବା କୃଷକମାନେ ପାଇପାରିବେ ନାହିଁ । ଏହାଛଡ଼ା ଟ୍ୟାକ୍ସ ଦେଉନଥିବା ସମସ୍ତ କୃଷକ ଏହି ଯୋଜନାର ଲାଭ ଉଠାଇ ପାରିବେ । କୁହାଯାଉଛି ଯେ, ଏହି ଯୋଜନାରେ ଛୋଟ ଏବଂ ସୀମାନ୍ତ କୃଷକଙ୍କୁ ଲାଭ ମିଳିବ । କ୍ଷେତରେ ଉପଯୋଗ ବିଜୁଳିର ଅତିରିକ୍ତ ଖର୍ଚ୍ଚରୁ ଏହା କଟାଯିବ । ଏହି ଟଙ୍କା କୃଷକ ମାନେ ବିଲବାଡ଼ି କାମରେ ଲଗାଇ ପାରିବେ ।