ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ରଜ ପର୍ବର ପ୍ରଥମ ଦିନ: ଧୁମ୍‌ଧାମ୍‌ରେ ପାଳନ ଲାଗି ସଜେଇ ହେଉଛନ୍ତି ଝିଅ, ବୋହୁ

13/06/2022 at 8:54 AM

କେନ୍ଦ୍ରାପଡା ୧୩/୦୪: ଆଜି ସଜବାଜ । କେନ୍ଦ୍ରାପଡାର ପୁରପଲ୍ଲୀରେ ବଡ ଧୁମଧାମରେ ପାଳନ ହେଉଛି ରଜ ପର୍ବର ଏହି ପ୍ରଥମ ଦିବସ । ଝିଅମାନେ ବିଭିନ୍ନ ଶୈଳୀରେ ନିଜକୁ ସଜେଇବାରେ ଲାଗିଛି । ହାତରେ ମେହେନ୍ଦି ଓ ପାଦରେ ପଟାପଟା ଅଳତା । ପୁଣି ଭିଳିକି ଭଳି ବେଣୀ ବାନ୍ଧି ନିଜ ମନ ମାନିବା ପରି ସଜେଇ ହେଉଛି ।

ସଜବାଜରେ ନିଜକୁ ସଜେଇବାରେ ମାତି ଯାଇଛି ଝିଅମାନେ । କିଏ ପାଦରେ ଅଳତା ଲଗାଉଛି ତ ଆଉ କିଏ ହାତରେ ବିଭିନ୍ନ ଡିଜାଇନର ମେହେନ୍ଦି କରିଛି । ପୁଣି ବିଭିନ୍ନ ରଙ୍ଗରେ ନେଲପଲିସରେ ଚିକ୍ ଚିକ୍ କରୁଛି ହାତ । କେବଳ ସେତିି ନୁହେଁ ନୂଆ ଜାମା ପିନ୍ଧିବା ସହ ରଜ ପାନ ଖାଇବା ପାଇଁ ପ୍ରସ୍ତୁତ ହୋଇଛି ଝିଅମାନେ । ମନରେ ଅଫୁର ଆନନ୍ଦ ଓ ଉଲ୍ଲାସ ନେଇ ବର୍ଷକ ପରେ ଆସିଥିବା ଏହି ଗଣ ପର୍ବରେ ସମେସ୍ତ ସାମିଲ ହୋଇଛି ।

ଦୁଇବର୍ଷର ବ୍ୟବଧାନ ପରେ ଏ ବର୍ଷ ପାଳନ ହେଉଛି ରଜ ସଜବାଜ । କରୋନା ପାଇଁ ରଜ ପାଳନ ଉପରେ ଲାଗିଥିଲା କଟକଣା। ଲୋକେ ଘରେ ରହି ରଜ ପାଳନ କରିଥିଲେ । କରୋନା ମହାମାରୀ ଯୋଗୁଁ ଫିକା ପଡି ଯାଇଥିଲା ରଜ ମଉଜ । ଏ ବର୍ଷ ବଡ ଧୁମଧାମରେ ରଜପର୍ବ ପାଳନ ହେଉଛି ।

୪ ଦିନ ବ୍ୟାପୀ ପାଳନ ହେବାକୁ ଥିବା ଏହି ଗଣ ପର୍ବରେ ଘରେଘରେ ପିଠାପଣା ପ୍ରସ୍ତୁତ ହେବା ସହ ଝିଅମାନେ ରଜ ଦୋଳିର ମଜା ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସେହିପରି ଗାଁ ଗାଁରେ ତାସ, ପାଲି, ଓ କବାଡି ଖେଳର ଆସର ମଧ୍ୟ ଜମିବ ।

   Related Posts