କଟକ ୧୫/୦୬: ରଜ ଅବସରରେ ପ୍ରମେୟର ନିଆରା ପ୍ରୟାସ । କଟକରେ ଖବରକାଗଜ ବିତରକ ଓ ତାଙ୍କ ପରିବାର ସହ ପାଳିଛନ୍ତି ରଜ ମହୋତ୍ସବ । ଏହି ଅବସରରେ ପ୍ରମେୟ ଗୃହଲକ୍ଷ୍ମୀ -୨୦୨୨ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ଗୃହିଣୀମାନେ ବିଭିନ୍ନ ପ୍ରକାର ଆକର୍ଷଣୀୟ ରଙ୍ଗୋଲି ଓ ମୁରୁଜ ଆଙ୍କିଥିଲେ ।
ନିଜର ଲୁକ୍କାୟତ ପ୍ରତିଭାକୁ ପ୍ରଦର୍ଶନ କରି ଖୁସି ଜାହିର କରିଥିଲେ ପ୍ରତିଯୋଗୀ । କିଏ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଚିତ୍ର ଆଙ୍କିଥିଲେ । ପୁଣି କିଏ ପଦ୍ମଫୁଲକୁ ପଞ୍ଚୁବର୍ଣ୍ଣୀ ମୁରୁଜରେ ରଙ୍ଗାଇଥିଲେ ତ ଆଉ କିଏ ରଙ୍ଗ ରଙ୍ଗରେ ରଜଦୋଳିକୁ ସଜାଇଥିଲେ । ବିଭିନ୍ନ ପ୍ରକାର ଆକର୍ଷଣୀୟ ମରୁଜୁ, ରଙ୍ଗୋଲି ଚିତ୍ରରେ ଝଲସି ଉଠିଥିଲା ରେଭେନ୍ସା କଲେଟିଏଟ୍ ସ୍କୁଲର ପୁରା ମଇଦାନ ।
wp:gallery {"linkTo":"none"} /wp:galleryରାଜ୍ୟର ପ୍ରମୁଖ ଖବରକାଗଜ ପ୍ରମେୟ ପକ୍ଷରୁ ରଜ ଅବସରରେ କଟକ ସହରରେ ଆୟୋଜିତ “ପ୍ରମେୟ ଗୃହଲକ୍ଷ୍ମୀ -୨୦୨୨” କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ଗଣମାଧ୍ୟମ ଓ ଜନସାଧାରଣଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ଖବରକାଗଜ ବିତରକ । ସବୁ ପ୍ରତିକୂଳ ପରିବେଶରେ ଲୋକଙ୍କ ପାଖରେ ଖବର ପହଞ୍ଚାଇଥାନ୍ତି ।
ତେଣୁ ନିଜ ପରିବାର ସଦସ୍ୟ ବିବେଚିତ ବିତରକମାନଙ୍କ ପରିବାରକୁ ନେଇ ପ୍ରମେୟ ପାଳନ କରିଛି ରଜ ମହୋତ୍ସବ । ଗଣମାଧ୍ୟମ ଓ ଲୋକଙ୍କ ମଧ୍ୟରେ ସମ୍ପର୍କର ସେତୁ ଭାବେ ବିତରକମାନେ ଗୁରୁଦାୟିତ୍ୱ ତୁଲାଉଥିବା ବେଳେ ସେମାନଙ୍କ ଗୃହିଣୀମାନେ ଘର ଓ ପରିବାରର ଦାୟିତ୍ୱ ନିଭାଇଥାନ୍ତି ।
wp:gallery {"linkTo":"none"}ତେଣୁ ସେମାନଙ୍କ ଅବଦାନ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମେୟ ଏବଂ ନ୍ୟୁଜ ୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କହିଥିଲେ । ଗୃହଲକ୍ଷ୍ମୀଙ୍କୁ ଉତ୍ସାହିତ କରିବାକୁ ପ୍ରମେୟର ଏଭଳି ପ୍ରୟାସ ଅନନ୍ୟ ବୋଲି ଉପସ୍ଥିତ ଅନ୍ୟ ଅତିଥିମାନେ କହିଥିଲେ ।