Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାଉଥ୍‌ରେ ନେପୋଟିଜମ୍ ! ୩ ପିଢି ଧରି ଚାଲିଛି ଏହି ଫ୍ୟାମିଲିଙ୍କ ଦବ୍‌ଦବା

16/04/2023 at 7:35 AM

ମୁମ୍ବାଇ ୧୬।୦୪: ବଲିଉଡରେ ନେପୋଟିଜମ୍ । ଏକଥା ସମସ୍ତଙ୍କୁ ଜଣା । ଷ୍ଟାରକିଡ୍ସଙ୍କୁ ସହଜରେ ମିଳିଯାଉଛି ସ୍କୋପ୍ ।  ହେଲେ ଯେଉଁମାନଙ୍କର ବଲିଉଡରେ କୌଣସି ଗଡଫାଦର ନାହାଁନ୍ତି ସେମାନେ କରୁଛନ୍ତି ସଂଘର୍ଷ । ଏବେ କିନ୍ତୁ ଏଇ ନୋପୋଟିଜମ୍ ବଲିଉଡରେ ସୀମିତ ନାହିଁ । ସାଉଥରେ ବି ନଜର ଆସିଛି ନେପୋଟିଜିମ୍ କଥା । କାରଣ ଟଲିଉଡ୍ରେ ଆଜି ବି ସେହି ଫ୍ୟାମିଲିଙ୍କ ଦବ୍‌ଦବା ଜାହିର ହେଉଛି ଯେଉଁମାନଙ୍କର ଆଗରୁ ଥିଲା । ଆଉ ଏବେ ସାଉଥ୍ ସିନେମାର ଟପ୍ ଷ୍ଟାର୍ ସେହି ପରିବାରର ଅଂଶ ଅଟନ୍ତି ।

ସାଉଥ୍ ସିନେମାର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ନିଜ ପରିବାରର ୩ ପିଢୀକୁ ଆଗକୁ ବଢାଉଛନ୍ତି । ତାଙ୍କ ଜେଜେ ବାପା ଅଲ୍ଲୁ ରାମଲିଙ୍ଗିଆ ସାଉଥ୍ ଇଣ୍ଡଷ୍ଟ୍ରିର ଥିଲେ ପପୁଲାର ଚେହେରା । ତାଙ୍କୁ ୧୯୯୦ରେ ମିଳିଥିଲା ପଦ୍ମଶ୍ରୀ ପ୍ରଦାନ । ‘ପୁଷ୍ପା’ ଷ୍ଟାରଙ୍କ ପିତା ଅଲୁ ଅରବିନ୍ଦ ମଧ୍ୟ ଥିଲେ ଜଣେ ଜଣାଶୁଣା ନିର୍ମାତା । ଅଲୁଙ୍କ ପରି ତାଙ୍କ ଭାଇ ଅଲୁ ସିରିଶ ବି ଫିଲ୍ମରେ କରୁଛନ୍ତି କାମ ।

ରାମଚରଣ । ସାଉଥ୍ ଇଣ୍ଡଷ୍ଟ୍ରିର ସବୁଠୁ କଷ୍ଟଲି ଆକ୍ଟର । ବଡ ପରିବାରରୁ ବିଲଙ୍ଗ କରନ୍ତି ରାମଚରଣ । ମା ଅଲୁ ସୁରେଖା ଅଲୁ ରାମଲିଙ୍ଗିଆଙ୍କ ଝିଅ । ଆଉ ପିତା ଚିରଞ୍ଜୀବୀଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ଚିରଞ୍ଜୀବୀଙ୍କ ବ୍ୟତୀତ ତାଙ୍କ ଭାଇ ପୱନ କଲ୍ୟାଣ ଏବଂ ନାଗେନ୍ଦ୍ର ବାବୁଙ୍କ ନାମ ସାଉଥର ବଡ ତାରକାମାନଙ୍କ ମଧ୍ୟରେ ରହିଛି । ଏହା ବ୍ୟତୀତ ରାମ ଚରଣ ଅଲୁ ଅର୍ଜୁନଙ୍କ ସମ୍ପର୍କୀୟ ।

ହିନ୍ଦୀ ଠାରୁ ସାଉଥ୍ ଇଣ୍ଡଷ୍ଟ୍ରିରେ ରାଜ କରନ୍ତି ରଜନୀକାନ୍ତ । ତାଙ୍କର ଗୋଟିଏ ଫିଲ୍ମ ରିଲିଜ୍ ହେବା ମାତ୍ରେ ହିଁ ପ୍ରେକ୍ଷାଳୟରେ ଲାଗିଥାଏ ଫ୍ୟାନ୍ସଙ୍କ ଭିଡ ।  ଗୋଟିଏ ପଟେ ରଜନୀକାନ୍ତ ନିଜ ଅଭିନୟ ଯାଦୁରେ ଫ୍ୟାନ୍ସଙ୍କ ମନ ଜିଣୁଥିବା ବେଳେ ତାଙ୍କର ୨ଝିଅ ଐଶ୍ୱର୍ଯ୍ୟା ଏବଂ ସୌନ୍ଦର୍ଯ୍ୟା ନିର୍ଦ୍ଦେଶନାରେ ବେଶ୍ ଫେମସ୍ ।  ଏହାବ୍ୟତୀତ ତାଙ୍କ ଜ୍ୱାଇଁ ଧନୁଷ ମଧ୍ୟ ସାଉଥର ନାମୀଦାମୀ କଳାକାରଙ୍କ ମଧ୍ୟରୁ ଜଣେ । ଯଦିଓ ଧନୁଷ-ଐଶର୍ଯ୍ୟା ଏବେ ରହୁଛନ୍ତି ଅଲଗା ।

ଏହା ପରକୁ ରହିଛନ୍ତି ଚଳଚ୍ଚିତ୍ର ନିର୍ମାତା ଦଗୁବତୀ ରାମନାଡୁ । ସେ ୧୯୬୪ରେ ‘ସୁରେଶ ପ୍ରଡକ୍ସନ୍’ର ପକାଇଥିଲେ ମୂଳଦୁଆ । ଦଗୁବତୀଙ୍କର ରହିଛନ୍ତି ୩ଟି ସନ୍ତାନ ।  ଦଗୁବତୀ ଭେଙ୍କଟେଶ, ଦଗୁବତୀ ବାବୁ ଏବଂ ଲକ୍ଷ୍ମୀ ଦଗୁବତୀ ।  ଦଗୁବତୀ ପରିବାରରେ ଜନ୍ମିତ ଦଗୁବତୀ ଭେଙ୍କଟେଶ ଦକ୍ଷିଣ ସିନେମାର ସୁପରଷ୍ଟାର । ରାଣା ଦଗୁବତୀ ମଧ୍ୟ ଏହି ବଡ ପରିବାରର ଏକ ଅଂଶ ।

ଆକ୍କିନେନି ଫ୍ୟାମିଲି ସାଉଥ୍ ଇଣ୍ଡଷ୍ଟ୍ରିରେ ଏକ ବଡ ପରିବାର । ଆକ୍କିନେନି ନାଗେଶ୍ୱର ରାଓ ସାଉଥ ସିନେମାର ଜଣେ ପ୍ରସିଦ୍ଧ ଅଭିନେତା ତଥା ନିର୍ମାତା ଥିଲେ । ତାଙ୍କ ପରି ତାଙ୍କ ପୁଅ ଆକ୍କିନେନି ନାଗାର୍ଜୁନ ବି ସାଉଥରେ କରିଛନ୍ତି ଅନେକ ନାଁ । ନାଗାର୍ଜୁନ ପରି ତାଙ୍କ ପୁଅ ନାଗା ଚୈତନ୍ୟ ଏବଂ ଅଖିଲ ଆକ୍କନେନି ମଧ୍ୟ ଫିଲ୍ମ ଜଗତରେ ନିଜର ପୋଜିସନ୍ ପକ୍କା କରିବାରେ ଲାଗିଛନ୍ତି । 

Jr. NTR । ତାଙ୍କ ପୂରା ନାଁ ନନ୍ଦାମୁରୀ ତାରକ ରାମା ରାଓ । ସାଉଥ ଇଣ୍ଡଷ୍ଟ୍ରୀର ଜଣାଶୁଣା ପରିବାର । ଜେଜେବାପା ରାମା ରାଓ ଥିଲେ ଜଣେ ଭଲ କଳାକାର ଏବଂ ଫିଲ୍ମ ନିର୍ମାତା । ତାଙ୍କର ଏହି କାମ ପାଇଁ  ୧୯୬୮ରେ ଏନଟି ରାମା ରାଓଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର । ସେହିପରି Jr. NTRର ପିତା ନନ୍ଦାମୁରୀ ହରିକୃଷ୍ଣ ମଧ୍ୟ ଅଭିନେତା, ନିର୍ମାତା ଏବଂ ରାଜନେତା । Jr. NTR ର ଭାଇ ଏନନ୍ଦମୁରୀ କଲ୍ୟାଣ ରାମ ମଧ୍ୟ ଜଣେ ଅଭିନେତା । ନନ୍ଦାମୁରୀ ବାଲାକ୍ରିଷ୍ଣା ମଧ୍ୟ ତାଙ୍କର ସମ୍ପର୍କୀୟ ।

ସାଉଥ ଷ୍ଟାର କମଲ ହାସନ । ଅଭିନେତାରୁ ରାଜନେତା । ସେ କେବଳ ଟଲିଉଡ୍ ନୁହେଁ ବଲିଉଡରେ କରୁଛନ୍ତି ରାଜ୍ । ଅନେକ ବର୍ଷ ଧରି ଅଭିନୟ ଜଗତର କିଙ୍ଗ୍ ରହିଆସିଛନ୍ତି । କେବେଳ ସେ ନୁହେଁ ତାଙ୍କର ୨ ଝିଅ ଶ୍ରୁତି ଏବଂ ଅକ୍ଷରା ହାସନ ବି ଗ୍ଲାମର ଦୁନିଆର ଗୋଟିଏ ପାର୍ଟ ।

ବହୁ ବର୍ଷ ଧରି ପରିବାରଗୁଡିକ ସାଉଥ୍ ଇଣ୍ଡଷ୍ଟ୍ରି ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରି ଚାଲିଆସିଛନ୍ତି । କିନ୍ତୁ ବଲିଉଡରେ ନେପୋଟିଜିମ୍ ଉପରେ ଆଲୋଚନା ହେଉଥିଲେ ବି ସାଉଥ ସିନେମାରେ ଏହା ଉପରେ କ୍ୱଚିତ୍ ବିତର୍କ ହୋଇଥାଏ ।

   Related Posts