ଚାଷୀଙ୍କୁ ରାଜନାଥ ସିଂଙ୍କ ଅପିଲ : ବର୍ଷେ ପାଇଁ କୃଷି ଆଇନକୁ ଲାଗୁ କରିବାକୁ ଦିଅନ୍ତୁ, ଆବଶ୍ୟକ ହେଲେ ସଂଶୋଧନ ହେବ

Published By : Prameya-News7 Bureau | December 25, 2020 IST

ନୂଆଦିଲ୍ଲୀ ୨୫/୧୨ :  ଦିଲ୍ଲୀ ସମେତ ଅନ୍ୟ ରାଜ୍ୟମାନଙ୍କରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ ରାଲିକୁ ଉଦବୋଧନ ଦେବା ଅବସରରେ ଦେଶର କୃଷକଙ୍କୁ ନେଇ ବଡ ବୟାନ ଦେଇଛନ୍ତି ରାଜନାଥ । ସେ କହିଛନ୍ତି ଧାରଣାରେ ବସିଥିବା ଲୋକମାନେ ଚାଷୀ ପରିବାରରେ ଜନ୍ମ ହୋଇଛନ୍ତି । ସେଥିପାଇଁ ସେମାନେ ସମ୍ମାନର ହକଦାର ଏବଂ ଆମେ ତାଙ୍କୁ ସମ୍ମାନ କରୁଛୁ ।

ଏହି ଅବସରରେ ଆନ୍ଦୋଳନରତ ଚାଷୀମାନଙ୍କୁ ରାଜନାଥ ସିଂହ ଅପିଲ ମଧ୍ୟ କରିଛନ୍ତି । ସେ କହିଛନ୍ତି ଗୋଟିଏ ବର୍ଷ ପାଇଁ କୃଷି ଆଇନକୁ ଲାଗୁ କରିବାକୁ ଦିଅନ୍ତୁ । ଯଦି ଏହା କୃଷକମାନଙ୍କ ପାଇଁ ଫଳପ୍ରଦ ନହେବ ତେବେ ଏଥିରେ ଆବଶ୍ୟକ ସଂଶୋଧନ ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କୃଷି ଆଇନକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀମାନଙ୍କ ସହ ଆଲୋଚନା କରିବା ପାଇଁ ଅପିଲ କରାଯାଉଛି । ତେଣୁ କୃଷକମାନେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦିଅନ୍ତୁ ବୋଲି ରାଜନାଥ ସିଂ କହିଛନ୍ତି ।

wp:embed {"url":"https://twitter.com/ANI/status/1342371089784041473?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1342371089784041473%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.amarujala.com%2Findia-news%2Frajnath-singh-on-farmers-protest-says-we-respect-those-farmers-who-are-protesting","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1342371089784041473?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1342371089784041473%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.amarujala.com%2Findia-news%2Frajnath-singh-on-farmers-protest-says-we-respect-those-farmers-who-are-protesting
/wp:embed

ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ରାଜନାଥ ସିଂହ ଚାଷୀଙ୍କୁ ଅପିଲ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ‘ଚାଷୀଙ୍କ ସହିତ ଆଲୋଚନା ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବିଜେପି ସରକାର ଚାଷୀମାନଙ୍କ ପାଇଁ ଏପରି କିଛି କରିବ ନାହିଁ ଯାହାଫଳରେ ସେମାନଙ୍କର କୌଣସି ସମସ୍ୟା ହେବ’।

MSPକୁ ନେଇ ରାଜନାଥ କହିଛନ୍ତି ଚାଷୀଙ୍କୁ ଏ ବାବଦରେ ବିଭ୍ରାନ୍ତ କରିଯାଉଛି । ଚାଷୀଙ୍କୁ କିଛି ଅସାଧୁ ନେତା କହିଛନ୍ତି ଯେ, MSPର ପ୍ରାବଧାନ ଶେଷ ହୋଇଯିବ । ଏହାକୁ ଦୃଢଭାବେ ପ୍ରତ୍ୟାଖାନ କରିଛନ୍ତି ରାଜନାଥ । ଏହା ସହ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବାବଦରେ ପୂର୍ବରୁ ସ୍ପଷ୍ଟ କରିଛନ୍ତି ଯେ, MSP କେବେ ଶେଷ ହେବ ନାହିଁ । ଏଥି ପାଇଁ ଚାଷୀମାନେ ଆଦୌ ବ୍ୟତିବ୍ୟସ୍ତ ହେବା ଆବଶ୍ୟକ ନୁହେଁ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.