ନୂଆଦିଲ୍ଲୀ: ଚୀନ୍ ଓ ଭାରତ ସେନା ମଧ୍ୟରେ ସଂଘର୍ଷକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛି ନୂଆଦିଲ୍ଲୀ । ସଂଘର୍ଷ ପରେ ତିନି ସେନାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହି ବୈଠକରେ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିବ । ଏଥିରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ସିଡିଏସ ଲେଫ୍ଟନାଣ୍ଟ ଜେନେରାଲ ଅନିଲ୍ ଚୌହାନ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିଆର୍ ଚୌଧୁରୀ, ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ପାଣ୍ଡେ, ଜଳସେନା ମୁଖ୍ୟ ଆଡମେରାଲ୍ ଆର୍ ହରି କୁମାର, ବିଦେଶ ସଚିବ ଏବଂ ଡିଫେନ୍ସ ସଚିବ ମଧ୍ୟ ସାମିଲ ହେଲେ । ପିଏଲଏ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ହେବ ଆଲୋଚନା
ଡିସେମ୍ବର ୯ ତାରିଖରେ ପିଏଲଏର ଯୋଜନାକୁ ପଣ୍ଡ କରିଥିଲେ ଭାରତୀୟ ଯବାନ । ଅରୁଣାଚଳ ପ୍ରଦେଶର ତାଓ୍ବାଙ୍ଗ ସୀମାରେ ଭାରତୀୟ ଆର୍ମି ପୋଷ୍ଟ କବଜା କରିବା ଲକ୍ଷ୍ୟରେ ଥିଲେ ଚୀନ୍ ସୈନ୍ୟ । ୧୭ ହଜାର ଫୁଟ୍ ପାହାଡ଼ ଉପରକୁ ୩୦୦ରୁ ଅଧିକ ସୈନ୍ୟ ଚଢି ଭାରତ ପୋଷ୍ଟ ଆଡ଼କୁ ବଢିଥିଲେ । ଏହାକୁ ଦେଖି ଭାରତୀୟ ସେନା ପ୍ରତିରୋଧ କରିଥିଲେ । ଏହା ପରେ ଉଭୟଙ୍କ ମଧ୍ଯ ସଂଘର୍ଷ ହୋଇଥିଲା । ଯବାନଙ୍କ ପାଲଟା ଆକ୍ରମଣରେ ପଛଘୁଞ୍ଚା ଦେଇଥିଲା ପିଏଲଏ । ଏହି ସଂଘର୍ଷରେ ଉଭୟ ଦେଶର ସୈନ୍ୟ ଆହତ ହୋଇଛନ୍ତି ।