ଖୋର୍ଦ୍ଧା: ହାବେଳି ପଡ଼ିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।
ସୂଚନାଥାଉକି, ଏହା ପୂର୍ବରୁ ସମ୍ବଲପୁର ଲୋକସଭା କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲାଗି ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ। ଏହି ଅବସରରେ ନିଜ ଅଭିଭାଷଣରେ ରାଜନାଥ ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁରି ଭୁରି ପ୍ରଶାଂସା କରିବା ସହ ସମ୍ବଲପୁରର ଭୋଟର କେବଳ ସାଂସଦ ନୁହେଁ ବହିତ ବଡ ଜିନିଷକୁ ନିର୍ବାତିତ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି । ଏହା ସହ ଅକଲମନ୍ଦଙ୍କୁ ଇସାରା କାଫି ବୋଲି କହିଛନ୍ତି । ନିର୍ବାଚନୀ ପ୍ରଚାରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏପରି ସମ୍ବୋଧନ କି ଇସାରା ଦେଉଛି ତାକୁ ନେଇ ରାଜ୍ୟ ରାଜନିତୀରେ ଆରମ୍ଭ ହୋଇଛି ଚର୍ଚ୍ଚା ।