'ଓଡ଼ିଶାକୁ ଅଧିକ ଭଲପାଆନ୍ତି PM, ସବୁବେଳେ କାମ ବି କରୁଛନ୍ତି,- ବ୍ରହ୍ମପୁରରେ ରାଜନାଥଙ୍କ ଉଦ୍‌ବୋଧନ

Published By : Prameya-News7 Bureau | February 22, 2024 IST

ବ୍ରହ୍ମପୁର ୨୨।୦୨ :  ଜୟ ଜଗନ୍ନାଥ, ମାଆ ବୁଢୀ ଠାକୁରାଣୀ କହି ବ୍ରହ୍ମପୁର ସଭାରେ ଭାଷଣ ଆରମ୍ଭ କରିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଓଡିଶାରେ ଡବଲ ଇଂଜିନ ସରକାର ଗଠନ କରିବାରେ କେହି ବି ରୋକିପାରିବେ ନାହିଁ । ଓଡିଶା ବିଜେପି ସରକାର ବଢିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ବିକାଶ ବୃଦ୍ଧି ହୋଇଛି । ଅନ୍ତର୍ଜାତୀୟ ସ୍ତରରେ ଭାରତର ମାନ ବୃଦ୍ଧି ଘଟିଛି। ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି । କାଶ୍ମୀର ସମସ୍ୟାର ସମାଧାନ ହୋଇଛି। ସୀମାରେ ସେନାଙ୍କ ମନୋବଳକୁ ବୃଦ୍ଧି ହୋଇଛି ।

wp:embed {"url":"https://www.prameyanews7.com/rajnath-singh-reaction-in-nabarangapur/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rajnath-singh-reaction-in-nabarangapur/
/wp:embed

ଦେଶର ଆର୍ଥିକ ବ୍ୟବସ୍ଥା ସୁଧୁରୁଛି ।  ଦେଶରେ ଜିଡ଼ିପି ବୃଦ୍ଧି ଘଟିଛି । ମହିଳାଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜୀ ବିଭିନ୍ନ ଯୋଜନା କରିଛନ୍ତି । ସେହିପରି ଓଡ଼ିଶାର ବିକାଶ ପାଇଁ ମୋଦୀ ଜୀ ସବୁବେଳେ ଚିନ୍ତା କରୁଛନ୍ତି । ୯ ବର୍ଷରେ ଓଡିଶାକୁ ୧୮ ଲକ୍ଷ କୋଟି ଅନୁଦାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତି ସେହି ପ୍ରକଳ୍ପର ଉଦଘାଟନ ବି କରୁଛନ୍ତି । ୯ ବର୍ଷରେ ଦେଶରୁ ୨୫ କୋଟି ଗରିବ ହଟିଛନ୍ତି ।

ଏହାପୂର୍ବରୁ କେନ୍ଦ୍ରରେ ଥିବା ସରକାର ଏଭଳି ବିକାଶ କରିପାରିନଥିଲେ । ଓଡିଶାକୁ ବେଶୀ ଭଲ ପାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଯୋଧ୍ୟାରେ ରାମଲୀଲା ମନ୍ଦିର ପ୍ରତିଷ୍ଠା ହୋଇଛି । ଆଦିତ୍ୟନ, ଚନ୍ଦ୍ରାୟନରେ ପହଞ୍ଚି ପାରିଛି ଭାରତ। ବୈଜ୍ଞାନିକଙ୍କ ମନୋବଳ ଆହୁରି ଦୃଢୀଭୀତ ହୋଇଛି । ଏପିରିକି କରୋନା ସମୟରେ ଟୀକା ବାହାର କରି ବିଶ୍ୱର କବତ ସାଜିଥିଲା ଭାରତ ।

wp:embed {"url":"https://www.prameyanews7.com/sona-mohapatra-gets-angry-at-rahul-gandhis-reaction/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sona-mohapatra-gets-angry-at-rahul-gandhis-reaction/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.