ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ୩ ଜିଲ୍ଲାରେ ହେବାକୁ ଥିବା ବଡ ସଭାରେ ଯୋଗଦେବେ

Published By : Prameya-News7 Bureau | February 22, 2024 IST

ଭୁବନେଶ୍ୱର ୨୨/୦୨: ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ୬ ଘଣ୍ଟା ଭିତରେ ସେ ୩ଟି ଜିଲ୍ଲାରେ ହେବାକୁ ଥିବା ବଡ଼ ସଭାରେ ଯୋଗ ଦେବେ ବୋଲି ବିଜେପି ସୂତ୍ରରୁ ସୂଚନା ମିଳିଛି ।

ରାଜନାଥ ପ୍ରଥମେ ନବରଙ୍ଗପୁର ଆସିବେ । ଦିନ ୧୦ଟା ୫୦ରେ ଛତିଶଗଡ଼ ବସ୍ତର ଜିଲ୍ଲା ଜଗଦଲପୁର ବିମାନବନ୍ଦରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁରରେ ପହଞ୍ଚିବେ । ପ୍ରଥମେ ପୂର୍ବତନ ସେନା କର୍ମଚାରୀଙ୍କୁ ଭେଟି ଆଲୋଚନା କରିବେ । ପରେ ୧୧ଟାରୁ ୧୨ଟା ଯାଏ ବିଜେପି କୋର୍‌ କମିଟି ବୈଠକ ଏବଂ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସାମିଲ ହେବେ । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ କର୍ମୀଙ୍କ ଭିତରେ ଜୋଶ୍‌ ଭରିବେ ।

ନବରଙ୍ଗପୁରରୁ ପୁଣି ଜଗଦଲପୁର ବିମାନବନ୍ଦରକୁ ଫେରିବେ । ସେଠାରୁ ହେଲିକପ୍ଟରରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଞ୍ଚିବେ ରାଜନାଥ । ରଙ୍ଗେଇଲୁଣ୍ଡାରୁ ବ୍ରହ୍ମପୁରକୁ ଯାଇ ବିଜେପି ସମ୍ମିଳନୀରେ ଯୋଗ ଦେବେ । ବ୍ରହ୍ମପୁର ସଭା ସାରି ସେ ମୟୂରଭଞ୍ଜର ଅମର୍ଦ୍ଦା ରୋଡ୍‌ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ । ସେଠାରୁ ବାରିପଦା ଷ୍ଟାଡିୟମ ଅଭିମୁଖେ ବାହାରିବେ । ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସେ ସମ୍ବୋଧିତ କରିବେ । ବିଜେପି କାର୍ଯକର୍ତ୍ତାଙ୍କୁ ମଧ୍ୟ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି । ଏହାପରେ ସେ ମୟୂରଭଞ୍ଜରୁ ଦିଲ୍ଲୀକୁ ଫେରିଯିବେ ।

you can also read....

wp:embed {"url":"https://www.prameyanews7.com/big-decision-of-modi-government-amid-farmers-movement-increase-in-sugarcane-purchase-price-by-8-percent/","type":"wp-embed","providerNameSlug":"prameya-news-7"}
https://www.prameyanews7.com/big-decision-of-modi-government-amid-farmers-movement-increase-in-sugarcane-purchase-price-by-8-percent/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.