ଆସନ୍ତା୨୨ରେ ଓଡ଼ିଶା ଆସିବେ ରାଜନାଥ: ନବରଙ୍ଗପୁର, ଗଞ୍ଜାମ ଓ ମୟୂରଭଞ୍ଜର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

Published By : Prameya-News7 Bureau | February 20, 2024 IST

ଭୁବନେଶ୍ୱର ୨୦/୧୨: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ମାହୋଲ ସରଗରମ ହେବାରେ ଲାଗିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଜୋରଦାର କସରତ କରିବାରେ ଲାଗିପଡିଛନ୍ତି । ବିଜେପି ଓ କଂଗ୍ରେସ ଲାଗିପଡଛନ୍ତି ପ୍ରସ୍ତୁତିରେ । ଏଥିରୁ ବାଦ୍ ପଡିନାହାନ୍ତି ବିଜେପି ।

ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶା ଜାରି ରହିଛି ହେବିଓ୍ୱେଟଙ୍କ ଗସ୍ତ । ରାଜ୍ୟକୁ ଆରମ୍ଭ ହୋଇଛି କେନ୍ଦ୍ରମନ୍ତ୍ରୀଙ୍କ ସିରିଜ ଗସ୍ତ । ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ତୁଙ୍ଗ ନେତା । ଏହିକ୍ରମରେ ଓଡିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ଆସନ୍ତା ୨୨ ତାରିଖରେ ଓଡିଶା ଆସୁଛନ୍ତି ରାଜନାଥ ସିଂ । ୩ଟି ଜିଲ୍ଲା ନବରଙ୍ଗପୁର, ଗଂଜାମ ଓ ମୟୂରଭଂଜରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ।

ନବରଙ୍ଗପୁର ଓ ମୟୂରଭଂଜରେ କୋର କମିଟି ବୈଠକରେ ଯୋଗ ଦେବେ । ଗଂଜାମରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ । ଏହାପୂର୍ବରୁ ଶିବରାଜ ସିଂ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.