ଜାପାନ ମନ୍ତ୍ରୀଙ୍କ ସହ ରାଜନାଥ ଏବଂ ଜୟଶଙ୍କରଙ୍କ ଟୁ ପ୍ଲସ୍ ଟୁ ଆଲୋଚନା, ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ଉପରେ ଗୁରୁତ୍ୱ

Published By : Prameya-News7 Bureau | September 08, 2022 IST

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଜାପାନରେ ଟୁ ପ୍ଲସ ଟୁ ବୈଠକରେ ଯୋଗ ଦେଇଛନ୍ତି। ଜାପାନର ବୈଦେଶିକ ମନ୍ତ୍ରୀ ହୟାଶୀ ୟୋଶିମାସା ଏବଂ ଜାପାନର ରକ୍ଷା ମନ୍ତ୍ରୀ ହମଦା ୟାସୁକାଜୁଙ୍କ ସହ ଦ୍ୱିତୀୟ ଭାରତ-ଜାପାନ ଟୁ ପ୍ଲସ ଟୁ ବୈଠକ କରିଛନ୍ତି । ବିଦେଶ ମନ୍ତ୍ରଣାଳୟ ଅନୁସାରେ, ନିୟମ ଆଧାରିତ ବୈଶ୍ୱିକ ବ୍ୟବସ୍ଥା ପ୍ରତି ପ୍ରତିବଦ୍ଧତାକୁ ସ୍ପଷ୍ଟ କରି, କ୍ଷେତ୍ରୀୟ ଅଖଣ୍ଡତାକୁ ଉଭୟ ଦେଶ ସମ୍ମାନ ଜଣାଇଛନ୍ତି। ଏପରି ପରିସ୍ଥିତିକୁ ଏକତରଫା ନ କରି ଅନ୍ତରାଷ୍ଟ୍ରୀୟ ଆଇନ ଅନୁସାରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନର ଆବଶ୍ୟକତା ଉପରେ ଜୋର ଦେଇଥିଲେ।

wp:html /wp:html

ବିଦେଶ ମନ୍ତ୍ରଣାଳୟ କହିଛି, ମନ୍ତ୍ରୀମାନେ ଦ୍ୱିପାକ୍ଷିକ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗରେ ୨୦୧୯ ନଭେମ୍ୱର ବୈଠକ ପରେ ହୋଇଥିବା ପ୍ରଗତି ଉପରେ ଖୁସି ବ୍ୟକ୍ତ କରିଛନ୍ତି । ଭାରତ-ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ସହଭାଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଦୁଇ ଦେଶ ମଧ୍ୟରେ ବହୁସ୍ତରୀୟ ସମ୍ୱାଦର ମହତ୍ୱକୁ ସ୍ୱୀକାର କରି, ଜାତିସଂଘର କାର୍ଯ୍ୟକୁ ମଜଭୁତ କରିବା ଦୃଷ୍ଟିରେ ସୁରକ୍ଷା ପରିଷଦରେ ସୁଧାର ଉପରେ ସମ୍ୱାଦ କରିବାକୁ ଆଶା ବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.