ବିରାଟଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ କୋଚ୍‌ ରାଜକୁମାର ଶର୍ମା, କହିଲେ...

Published By : Prameya-News7 Bureau | July 19, 2022 IST

ନୂଆଦିଲ୍ଲୀ ୧୯।୦୭ : କେବେ ଫର୍ମକୁ ଫେରିବେ ରନ୍‌ ମେସିନ୍‌ ? କେବେ କ୍ରିକେଟ୍‌ ଫ୍ୟାନ୍ସ ଦେଖିବେ ବିରାଟଙ୍କ ଶତକ ? ତିନି ବର୍ଷ ହେଲା ବିରାଟଙ୍କ ବ୍ୟାଟ୍‌ରୁ ବାହାରିନି ସେଞ୍ଚୁରୀ । ଖାଲି ସେଞ୍ଚୁରୀ ନୁହେଁ ବରଂ ଲଗାତର ଭାବେ ବିରାଟଙ୍କ ଫର୍ମ ତଳକୁ ତଳ ଖସିବାରେ ଲାଗିଛି । ଯାହାକି ଭାରତୀୟ କ୍ରିକେଟ୍‌ ବୋର୍ଡ ଓ ଫ୍ୟାନ୍ସମାନଙ୍କୁ ଚିନ୍ତାର ପକାଇଛି । କିନ୍ତୁ ଏହିପ୍ରରିପେକ୍ଷୀରେ ବିରାଟଙ୍କ ପିଲାଦିନର କୋଚ ରାଜକୁମାର ଶର୍ମାଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି ।  

ରାଜକୁମାର ଶର୍ମାଙ୍କ ମତରେ, ବିରାଟ ନିଜ ଫର୍ମକୁ ଖୁବଶୀଘ୍ର ଫେରିବେ। କିନ୍ତୁ ଏଥିପାଇଁ ତାଙ୍କୁ ତାଙ୍କର ପୁରୁଣା ଏକାଡେମୀକୁ ଆସିବାକୁ ପଡିବ । ଓ୍ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ବିରାଟଙ୍କୁ ବ୍ରେକ୍‌ ମିଳିଥିବାରୁ, ତାଙ୍କ ପାଖରେ ଯଥେଷ୍ଟ ସମୟ ରହିଛି । ତେଣୁ ଏହି ସମୟରେ ତାଙ୍କ ପୁରୁଣା ଫର୍ମ ଫେରିବା ପାଇଁ ଏକାଡେମୀକୁ ଆସିବାକୁ ପଡିବ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହି ଏକାଡେମୀଙ୍କ ବିରାଟଙ୍କ ନିଜର ଗ୍ରାଉଣ୍ଡ । ଆନ୍ତର୍ଜୀତୀୟ ମ୍ୟାଚ୍‌ ଖେଳିବା ପରେ ତାଙ୍କୁ ସମୟ ମିଳିପାରନଥିଲା ଏକାଡେମୀକୁ ଆସିବାକୁ , କିନ୍ତୁ ଏବେ ତାଙ୍କ ପାଖେ ଯଥେଷ୍ଟ ସମୟ ରହିଛି । ବିରାଟ ଯଦି ଏଠାକୁ ଆସି ପ୍ରାକ୍ଟିସ୍‌ କରନ୍ତି, ତେବେ ମୁଁ ବହୁତ ଖୁସି ହେବି । ତାଙ୍କ ଫର୍ମ ସହିତ ସେମିତି କିଛି ବଡ଼ ସମସ୍ୟା ନାହିଁ, ଯେଉଁସବୁ ବଲ୍‌ରେ ସେ ଆଉଟ୍‌ ହେଉଛନ୍ତି । ସେସବୁ ଭଲ ବଲ୍‌ । ଯଦି ସେ ମୋ ପାଖକୁ ଆସନ୍ତି , ତେବେ ମୋତେ ଲାଗୁଛି ସେହି ସବୁ ସମସ୍ୟା ଉପରେ ଆମେ ମିଶିକି କାମ କରିପାରିବୁ ।  ଯାହା ତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.