ଚର୍ଚ୍ଚାରେ ରାଜକୁମାର ରାଓ, ଅଭିନେତ୍ରୀଙ୍କ ସହ ତୁଳନା କଲେ ଦର୍ଶକ…ଦମ୍‌ଦାର ଫିଲ୍ମରେ କରିବେ ଅଭିନୟ

Published By : Prameya-News7 Bureau | January 03, 2020 IST

ମୁମ୍ବାଇ୩|୧: ବଲିଡର ଆଗାମୀ ଆମୀର ଖାନ କୁହାଯାଉଥିବା ରାଜକୁମାର ରାଓ ନିଜ ଅଭିନୟ ଦ୍ବାରା ସିନେମା ଜଗତରେ ଏକ ଖାସ ପରିଚୟ ଓ ବ୍ୟକ୍ତିତ୍ବ ତିଆରି କରିଛନ୍ତି। ସେ ସବୁବେଳେ କିଛି ଭିନ୍ନ ପ୍ରକାରର ଫିଲ୍ମରେ ଅଭିନୟ କରନ୍ତି। ତାଙ୍କର ସବୁ ଜିନିଷ ହଟ୍‌କେ ଥାଏ। ସାଧାରଣ ଲୁକ୍‌ରେ ବଲିଉଡରେ ପାଦ ଦେଇଥିବା ଯୁବକ ଏଭଳି ଦମଦାର ପ୍ରଦର୍ଶନ ଦେବେ ତାହା କେହି ଚିନ୍ତା ଭି କରିନଥିଲେ।

{"id":206090,"sizeSlug":"large"}

ତାଙ୍କର ଭିନ୍ନ ପ୍ରତିଭା ଯୋଗୁଁ ସେ ଆହୁରି ଆଗକୁ ବଢି ସଫଳତା ହାସଲ କରିବେ। ରାଜକୁମାରଙ୍କର ଅଧିକାଂଶ ଫିଲ୍ମ ସୁପରହିଟ୍‌ ହେବା ସହ ବକ୍ସଅଫିସରେ ଖୁବ ଭଲ ଆୟ କରେ। ନିଜ ଅଭିନୟ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ରାଜକୁମାରଙ୍କୁ ଏକ ଭିନ୍ନ ଭହୂମିକାରେ ଦେଖିବାକୁ ମିଳିଛି। ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଫିଲ୍ମ 'ଲୁଡୋ'ରେ ନଜର ଆସିବେ ରାଜକୁମାର। ଏହି ଫିଲ୍ମରେ ରାଜକୁମାରଙ୍କ ଚରିତ୍ରକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି।

{"id":206091,"sizeSlug":"large"}

ଏହି ସିନେମାର ପ୍ରଥମ ଲୁକ୍‌ ଏବେ ସାମ୍ନାକୁ ଆସିଛି। ଫିଲ୍ମ ଲୁଡୋ ପାଇଁ ସେ ନିଜର ଲୁକ୍ ବଦଳାଇଛନ୍ତି। ଏଥିରେ ରାଜକୁମାର ଯୁବକରୁ ପାଲଟି ଯାଇଛନ୍ତି ଯୁବତୀ। ଏହି ଲୁକ୍‌ ଏବେ ଗପ୍‌ସପ୍‌ରେ ରହିଛି। ବି ଟାଉନ୍‌ରେ ମଧ୍ୟ ଏହି ଲୁକ୍‌ ଚର୍ଚ୍ଚାରେ ଅଛି। ସୂଚନାଯୋଗ୍ୟ ଯେ, ଏହି ଫିଲ୍ମରେ ଚାରିଟି ଅଲଗା ଅଲଗା କାହାଣୀ ଦେଖିବାକୁ ମିଳିବ। ଏଥିରୁ ଗୋଟିଏରେ ରାଜକୁମାର୍ ଓ ଅଭିନେତ୍ରୀ ଫାତିମା ସନା ଶେଖ୍‌ ନଜର ଆସିବେ। ଏବେ ଟକ୍‌ ଅଫ୍‌ ଦ ଟାଉନ୍‌ ହୋଇଯାଇଛି। ସୋସିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ୍‌ ହେବା ସହ ଟ୍ରେଣ୍ଡ କରୁଛି।

{"id":206092,"sizeSlug":"large"}

ନୂଆ ବର୍ଷରେ ନିଜ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜକୁମାର। ରାଜକୁମାର ୨ଟି ଫଟୋ ସେୟାର କରିଛନ୍ତି। ଗୋଟେ ଫଟୋରେ ସେ ଲେହେଙ୍ଗା ପିନ୍ଧିଥିବା ବେଳେ ଅନ୍ୟ ଏକ ଫଟୋରେ ସେ ଏକ ବାଇକ ଉପରେ ବସିଛନ୍ତି। ରାଜକୁମାରଙ୍କ ଝିଅ ଅବତାରକୁ ଲୋକେ ପ୍ରଶଂସା କରିବା ସହ କିଛି ଜଣ ତାଙ୍କର ଏହି ଲୁକ୍‌କୁ ଆଲିଆ ଭଟ୍ଟଙ୍କ ସହ ତୁଳନା କରୁଛନ୍ତି ତ ଆଉ କିଛି କ୍ରୀତି ସାନୋନଙ୍କ ସହ ତୁଳନା କରିଥିବା ଦେଖାଯାଇଛି।

{"id":206093,"sizeSlug":"large"}

ଏହି ଫିଲ୍ମଟି ୨୦୨୦ ମସିହା ଏପ୍ରିଲ୍ ମାସ ୨୪ ତାରିଖରେ ରିଲିଜ୍‌ ହେବ ବୋଲି କୁହାଯାଉଛି। ଏହି ଫିଲ୍ମ ବ୍ୟତୀତ ରାଜକୁମାର ୨୦୨୦ରେ ଜାହ୍ନବୀ କପୁରଙ୍କ ସହ ହାର୍ଦ୍ଦିକ ମେହେତାଙ୍କ ନିର୍ଦ୍ଦେଶିତ ଫିଲ୍ମରେ 'ରୁହି ଅଫ୍‌ଜା'ରେ ଅଭିନୟ କରିବେ। ଏହା ସହ ଅଜୟ ଦେବଗନ୍‌ଙ୍କ ପ୍ରଯୋଜନାରେ ତିଆରି ହେଉଥିବା ଫିଲ୍ମ 'ଛଲାଙ୍ଗ'ରେ ଅଭିନେତ୍ରୀ ନୁସରତ ଭାରୁଚାଙ୍କ ସହ ମଧ୍ୟ ନଜର ଆସିବେ ରାଜକୁମାର। ରାଜକୁମାରଙ୍କ ଆଗାମୀ ପ୍ରୋଯେକ୍ଟ ଦର୍ଶକଙ୍କୁ ଖୁବ ଉତ୍ସାହ କରିଛି। ଏବେ ତାଙ୍କ ଫିଲ୍ମ ରିଲିଜ ନେଇ ଦର୍ଶକ ଅପେକ୍ଷାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.