ରାଜକୋଟ ଟେଷ୍ଟ ପ୍ରଥମ ଦିନରେ ୪ ଉଇକେଟରେ ଭାରତ ୩୬୪

Published By : Prameya-News7 Bureau | October 04, 2018 IST

ରାଜକୋଟ୪|୧୦: ଆଜିଠାରୁ ଗୁଜରାଟ ରାଜକୋଟ ସୌରାଷ୍ଟ୍ର କ୍ରିକେଟ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି ଭାରତ ୱେଷ୍ଟଇଣ୍ଡିଜ୍‌ ୨ଟିକିଆ ଟେଷ୍ଟ ସିରିଜ୍‌ । ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି । ପ୍ରଥମ ଦିନର ଖେଳ ଶେଷରେ ଭାରତ ୮୯ ଓଭରରେ ୪ୱିକେଟ୍‌ ହରାଇ ୩୬୪ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ଟେଷ୍ଟ୍ କ୍ରିକେଟ୍‌ରେ କ୍ୟାରିଅର ଆରମ୍ଭ କରିଥିବା ପୃଥ୍ବୀ ସା ଆଜି ପ୍ରଥମ ଟେଷ୍ଟରେ ଶତକ ହାସଲ କରିଛନ୍ତି ….. ରାଜକୋଟ୍ ସୌରାଷ୍ଟ୍ର କ୍ରିକେଟ୍‌ ଗ୍ରାଉଣ୍ଡରେ ଭାରତ-ୱେଷ୍ଟଣ୍ଡିଜ୍‌ ଟେଷ୍ଟ ମୁକାବିଲା । ଟସ୍‌ ଜିତି ବିରାଟ ବାହିନୀର ବ୍ୟାଟିଂ ନିଷ୍ପତ୍ତି ।  ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪ୱିକେଟ୍‌ ହରାଇ  ୩୬୪ରନ୍‌ କରିଛି । ତେବେ ବଡ କଥା ହେଉଛି ଟେଷ୍ଟ୍ କ୍ୟାରିଅର ଆରମ୍ଭ କରିଥିବା ଭାରତୀୟ ୧୮ବର୍ଷିୟ ବ୍ୟାଟ୍ସ ମ୍ୟାନ ପୃଥ୍ବୀ ସ ଡେବ୍ୟୁ ମ୍ୟାଚରେ ଶତକ ହାସଲ କରିଛନ୍ତି । ଡେବ୍ୟୁ ଟେଷ୍ଟ୍‌ ମ୍ୟାଚରେ ଶତକ ହାସଲ କରିବାରେ ସେ ପ୍ରଥମ ସର୍ବ କନିଷ୍ଠ ଭାରତୀୟ ବ୍ୟାଟ୍ସ ମ୍ୟାନ୍‌ । ମାତ୍ର ୫୬ ବଲ୍‌ରେ ପୃଥ୍ବୀ ଅର୍ଦ୍ଧ ଶତକ ଓ ୯୯ବଲ୍‌ରେ ଶତକ ହାସଲ କରିଥଲି । ଆରମ୍ଭରୁ ଟିମ୍‌ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ ଦେଖା ଦେଇଥିଲା । ଦଳର ସ୍କୋର ମାତ୍ର ୩ରନ୍‌ ଥିବାବେଳେ କୌଣସି ରନ୍‌ ନକରି ଲୋକେଶ୍‌ ରାହୁଲ ଏସ ଗ୍ରାବିଏଲଙ୍କ ବଲରେ ଏଲବିଡବ୍ଲୁ ହୋଇ ପାଭିଲେନ୍‌ ଫେରିଥିଲେ । ପରେ  ପୃଥ୍ବି ସ ଓ ଚେତେଶ୍ବର ପୂଜାରାଙ୍କ ୮୬ରନ୍‌ ଦଳକୁ ମଜବୁଦ ସ୍ଥିତି ଆଡକୁ ନେଇଥିଲା  । ଦିତୀୟ ୱିକେଟ୍‌ ପତନ ପରେ କ୍ୟାପ୍ଟଟନ ବିରାଟ କୋହିଲଙ୍କ  ୭୨ରନ୍‌ ଓ ଆଜିଙ୍କେ ରାହାଣେଙ୍କ ୪୧ରନ ଟିମ୍‌ ଇଣ୍ଡିଆର ସ୍ଥିତିକୁ ଅଧିକ ମଜବୁତ କରିଛି । ଆଜି ଦିନର ଖେଳ ଶେଷ ସୁଦ୍ଧା ବିରାଟ୍‌ କୋହିଲ୍‌ ୭୨ ଓ ରିସବ ପନ୍ଥ ୧୭ ରନ୍‌ କରି ନଟ ଆଉଟ୍‌ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.