ରାଜକୋଟ୍ ଗେମିଂ ଜୋନ୍ ଟ୍ରାଜେଡି; ଆକ୍ସନରେ ଗୁଜରାଟ୍ ସରକାର, ୬ ବରିଷ୍ଠ ଅଧିକାରୀ ସସ୍‌ପେଣ୍ଡ

Published By : Prameya-News7 Bureau | May 27, 2024 IST

ଅହମ୍ମଦାବାଦ: ରାଜକୋଟ୍ ଟିଆରପି ଗେମିଂ ଜୋନ୍ ଦୁର୍ଘଟଣାରେ ଆକ୍ସନ ମୋଡରେ ଗୁଜରାଟ ସରକାର । ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଗ୍ନିକାଣ୍ଡ ଘଟଣାରେ ୬ଜଣ ବରିଷ୍ଠ ଅଧିକାରୀ ସସ୍‌ପେଣ୍ଡ ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୨ ସମେତ ୨୮ଜଣଙ୍କ ପ୍ରାଣ ହରାଇଛନ୍ତି ।  

ସୂଚନା ମୁତାବକ, ଗେମିଂ ଜୋନ୍ ଅଗ୍ନିକାଣ୍ଡ ଘଟଣାରେ ରାଜକୋଟ୍ ନଗର ନିଗମର ଦୁଇ ଅଧିକାରୀ ସହକାରୀ ଇଞ୍ଜିନିୟର ଜୟଦୀପ ଚୌଧୁରୀ ଏବଂ ଟାଉନ ପ୍ଲାନର ଗୌତମ ଯୋଶୀଙ୍କୁ ନିଲମ୍ବିତ କରାଯାଇଛି । ଏହାଛଡ଼ା ଦୁଇ ଜଣ ପୋଲିସ ଇନସ୍ପେକ୍ଟର ଏନ. ଆର ରାଠୋର ଏବଂ ବି. ଆର୍   ପଟେଲ୍ ମଧ୍ୟ ସସ୍‌ପେଣ୍ଡ ହୋଇଛନ୍ତି । ସେହିପରି ସଡ଼କ ଏବଂ ନିର୍ମାଣ ବିଭାଗର ଦୁଇ ଅଧିକାରୀ ତଥା ଅତିରିକ୍ତ ଇଞ୍ଜିନିୟର ପାରସ୍ କୋଠିଆ ଏବଂ ଡେପୁଟି ଇଞ୍ଜିନିୟର ଏମ.ଆର୍ ସୁମାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 

ଏହି ଘଟଣା ପରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାସ୍ଥଳରେ ପହଞ୍ଚି ନୀରିକ୍ଷଣ କରିଛନ୍ତି । ଅଗ୍ନିକାଣ୍ଡ ପାଇଁ ଦୋଷୀ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ ଜିଲ୍ଲା ପ୍ରଶାସନ ୬ଜଣଙ୍କୁ ସସ୍‌ପେଣ୍ଡ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.