ସମ୍ପର୍କରେ ସୃଷ୍ଟି ହେଲା ଫାଟ, ସୁସ୍ମିତା ସେନ୍‌ଙ୍କ ଭାଇ ଓ ଭାଉଜ ପରସ୍ପରଙ୍କୁ କଲେ ଅନଫଲୋ

Published By : Prameya-News7 Bureau | July 31, 2019 IST

ମୁମ୍ବାଇ୩୧|୭: ବିଶ୍ବ ସୁନ୍ଦରୀ ସୁସ୍ମିତାଙ୍କ ଭାଇ ରାଜିବ ଜେନ୍‌ ଓ ଟିଭି ଅଭିନେତ୍ରୀ ଚାରୁ ଅସୋପା ୨୦୧୯ ମସିହା ଜୁନ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଗୋଟେ ବର୍ଷର ରିଲେସନଶିପ୍‌ରେ ରହିବା ପରେ ଉଭୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ। ଦୁହେଁ ଗୋଆରେ ବିବାହ କରିଥିଲେ।

{"id":139325,"width":564,"height":422}

ରାଜୀବ ଓ ଚାରୁଙ୍କ ହନିମୁନ୍‌ର ଫଟୋ ସୋସିଆର ମିଡିଆରେ ବେଶ ହଇଚଇ ସୃଷ୍ଟି କରିଥିଲା। ଉଭୟ ପରସ୍ପରଙ୍କର ଅନେକ ହଟ୍‌ ଓ ବୁଲାବୁଲିର ଫଟୋ ସେୟାର କରିଛନ୍ତି। ବିବାହ ପରେ କିଛି ଦିନ ଯାଏଁ ଉଭୟ ବେଶ ଚର୍ଚ୍ଚାରେ ଥିଲେ। ରାଜୀବଙ୍କ ଲଭ ଷ୍ଟୋରୀ କୌଣସି ପରୀ କାହାଣୀଠୁ କମ ନୁହଁ।

{"id":139328}

ଦୁହିଁଙ୍କ ଯୋଡି ଇଣ୍ଟରନେଟ୍‌ରେ ବେଶ ଧମାଲ କରୁଛି। ହେଲେ ନିକଟରେ ଜଣା ପଡିଛି ଯେ, ଉଭୟଙ୍କ ସମ୍ପର୍କରେ କିଛି ଫାଟ ସୃଷ୍ଟି ହୋଇଛି। ଚାରିଆଡେ ଦୁହେଁଙ୍କ ଝଗଡା ନେଇ ଏବେ ଚର୍ଚ୍ଚା ଚାଲିଛି। କାରଣ ଚାରୁ ଓ ରାଜୀବ ସୋସିଆଲ ମିଡିଆରେ ଦର୍ଶକଙ୍କୁ ନିଜ ଝଗଡାର ସୂଚନା ଦେଇଛନ୍ତି।

{"id":139327}

ଉଭୟ ସୋସିଆଲ ମିଡିଆ ଇନ୍‌ଷ୍ଟାରୁ ପରସ୍ପରଙ୍କୁ ଅନଫଲୋ କରିଛନ୍ତି। ସେମାନେ ନିଜ ପ୍ରୋଫାଇଲ ଫଟୋ ମଧ୍ୟ ବଦଳିଦେଇଛନ୍ତି। ପୂର୍ବରୁ ରାଜୀବ ଓ ଚାରୁ କପଲ ଫଟୋ ଡିପିରେ ରଖିଥିଲେ ହେଲେ ଏବେ ନିଜ ନିଜ ସିଙ୍ଗଲ ଫଟୋ ରଖିଛନ୍ତି। ଅପରପକ୍ଷରେ କିଛି ଦିନ ହେବ ଚାରୁ ନିଜ ଆକାଉଣ୍ଟରେ ବିଚିତ୍ର ପୋଷ୍ଟ ସବୁ ସେୟାର କରୁଛନ୍ତି।

wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.