ପୁରୀ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ, ମହାପ୍ରଭୁଙ୍କୁ କଲେ ଦର୍ଶନ

Published By : Prameya-News7 Bureau | December 16, 2021 IST

ପୁରୀ ୧୬।୧୨: ପୁରୀ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ । ପତ୍ନୀଙ୍କ ସହ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଗସ୍ତକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଖବର ଅନୁଯାୟୀ, ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ । ଏହି ଗସ୍ତ ଅବସରରେ ଗୁରୁବାର ଦିନ ସକାଳ ସମୟରେ ସେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ କରିଛନ୍ତି । ତାଙ୍କ ସହିତ ପତ୍ନୀ ମଧ୍ୟ ରହିଥିଲେ । ତେବେ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଏହି ଗସ୍ତ ଅବସରରେ , ତାଙ୍କ ସହିତ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି । ସେପଟେ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଗସ୍ତକୁ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.