ଗାନ୍ଧୀ ପରିବାରକୁ ବଡ ଝଟକା, ରଦ୍ଦ ହେଲା ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ, ଜାଣନ୍ତୁ ଏହା ପଛର କାରଣ

Published By : Prameya-News7 Bureau | October 23, 2022 IST

ନୂଆଦିଲ୍ଲୀ: ରଦ୍ଦ ହେଲା ରାଜୀବ ଗାନ୍ଧୀ ଫାଉଣ୍ଡେସନର ଲାଇସେନ୍ସ। କେନ୍ଦ୍ର ସରକାର ରବିବାର ଗାନ୍ଧୀ ପରିବାର ସହ ଜଡ଼ିତ ବେସରକାରୀ ସଂଗଠନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗୃହ ମନ୍ତ୍ରାଳୟ ରାଜୀବ ଗାନ୍ଧୀ ଫାଉଣ୍ଡେସନ(ଆରଜିଏଫ)ର ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ (ଏଫସିଆରଏ) ଲାଇସେନ୍ସ ରଦ୍ଦ କରିଛି। ଗୃହ ମନ୍ତ୍ରାଳୟ ଏହି କାର୍ଯ୍ୟାନୁଷ୍ଠାନ ଫରେନ୍ ରେଗୁଲେସନ ଆକ୍ଟ ଅନୁଯାୟୀ କରିଛି। ସଂଗଠନ ଉପରେ ବିଦେଶୀ ଅନୁଦାନ ଆଇନର ଉଲ୍ଲଘଂନ ନେଇ ଅଭିଯୋଗ ହୋଇଥିଲା।

ଗୃହ ମନ୍ତ୍ରାଳୟ ଅନୁଯାୟୀ ୨୦୨୦ ଜୁଲାଇରେ  ଏମଏଚଏ ମନ୍ତ୍ରାଳୟ ଭିତରେ ଯାଞ୍ଚ କମିଟି ଗଠନ କରିଥିଲେ। ଏହାର ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ଯାଞ୍ଚ କମିଟିରେ ଏମଏଚଏମ, ଇଡି, ସିବିଆଇ ଏବଂ ଇନକମ୍ ଟ୍ୟାକ୍ସ ଅଧିକାରୀ ସାମିଲ ଥିଲେ। ଏଫସିଆରଏ ଲାଇସେନ୍ସ ବାତିଲ୍ କରିବାର ନୋଟିସ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଫିସକୁ ପଠାଯାଇଛି।

ସୂଚନାଯୋଗ୍ୟ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆରଜିଏଫ୍‌ର ଅଧ୍ୟକ୍ଷ ଅଟନ୍ତି। ଟ୍ରଷ୍ଟିମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ମନ୍ତ୍ରୀ ପି ଚିଦାମ୍ବରମ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସାମିଲ ଅଛନ୍ତି। ୧୯୯୧ରେ ଫାଉଣ୍ଡେସନର ସ୍ଥାପନା ହୋଇଥିବା ଓ୍ବେବସାଇଟରେ ଉଲ୍ଲେଖ ରହିଛି। ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ରାଜୀବ ଗାନ୍ଧୀଙ୍କ ଭିଜନକୁ ପୂରା କରିବା ପାଇଁ ତିଆରି କରାଯାଇଥିଲା। ୨୦୦୯ ପର୍ଯ୍ୟନ୍ତ ଫାଉଣ୍ଡେସନ ସ୍ବାସ୍ଥ୍ୟ, ସାକ୍ଷରତା, ବିଜ୍ଞାନ ଏବଂ ଟେକ୍ନୋଲୋଜୀ, ମହିଳା ଏବଂ ଶିଶୁ ବିକାଶ, ପଞ୍ଚାୟତିରାଜ ସଂସ୍ଥା, ପ୍ରାକୃତିକ ସମ୍ବଳ ପ୍ରବନ୍ଧନ ଏବଂ ପୁସ୍ତକାଳୟ ସହ ଅନେକ ପ୍ରସଙ୍ଗ ଉପରେ କାମ କରିଛନ୍ତି।

ସୂଚନାଯୋଗ୍ୟ, ଜୁନ୍ ୨୦୨୦ରେ ବିଜେପି ଫାଉଣ୍ଡେସନ ଉପରେ ବିଦେଶୀ ଫଣ୍ଡିଙ୍ଗ ଅଭିଯୋଗ ଲଗାଇଥିଲା। ତତ୍କାଳୀନ ଆଇନ ମନ୍ତ୍ରୀ ତଥା ବିଜେପି ନେତା ରବିଶଙ୍କର ପ୍ରସାଦ ଦାବି କରିଥିଲେ ଯେ ଚୀନ ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଇଁ ଫଣ୍ଡିଙ୍ଗ କରିଥିଲା। ନିୟମ ଅନୁଯାୟୀ କୌଣସି ଦଳ ବିନା ସରକାରଙ୍କ ଅନୁମତିରେ ବିଦେଶରୁ ଟଙ୍କା ଆଣିପାରିବେ ନାହିଁ।

କଂଗ୍ରେସ ସ୍ପଷ୍ଟ କରୁଯେ ଏହି ଅନୁଦାନର ସରକାରଙ୍କ ଠାରୁ ମଞ୍ଜୁରୀ ନିଆଯାଇଥିଲା। ବିଜେପି ଦାବି କରିଥିଲା ଯେ ରାଜୀବ ଗାନ୍ଧୀ ଫାଉଣ୍ଡେସନ ପାଇଁ ୨୦୦୫-୦୬ର ଅନୁଦାନକାରୀଙ୍କ ସୂଚନା ଦିଆଯାଇଛି। ଏଥିରେ ଚୀନ୍ ଦୂତାବାସ ଦାନ କରିଥିବା ନେଇ ସ୍ପଷ୍ଟ କୁହାଯାଇଛି। ଏଥିରେ ଅନେକ ଶିଳ୍ପପତି, ପିଏସୟୁଙ୍କ ନାଁ ମଧ୍ୟ ରହିଛି। ବିଜେପି ଦାବି କରିଛି ଯେ ଚୀନଠାରୁ ଫାଉଣ୍ଡେସନକୁ ୯୦ ଲକ୍ଷର ଫଣ୍ଡିଙ୍ଗ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.