ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲା: ଜେଲ୍‌ରୁ ମୁକୁଳିବା ପରେ ପ୍ରିୟଙ୍କାଙ୍କ ଖୁବ୍ ପ୍ରଶଂସା କଲେ ନଳିନୀ, ବଖାଣିଲେ ସାକ୍ଷାତ ସମୟର କାହାଣୀ

13/11/2022 at 9:16 PM

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ମାମଲାରେ ଜେଲ୍‌ରୁ ମୁକ୍ତ ହୋଇଥିବା ଦୋଷୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି  ନଳିନୀ ଶ୍ରୀହରନ। ଜେଲରୁ ମୁକୁଳିବା ପରେ ଶ୍ରୀହରନ ଅନେକ ଚକିତ କରିବା ଭଳି ଘଟଣା ଜଣାଇଛନ୍ତି। ସେ କହିଛନ୍ତି ମୋତେ ସାତ ଥର ଫାଶି ଦେବା ନେଇ ଓ୍ଵାରେଣ୍ଟ ଜାରି କରାଯାଇଥିଲା। ଭେଲ୍ଲୋର ଜେଲ୍‌ରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ତାଙ୍କର ସାକ୍ଷାତ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ନଳିନୀ। ଏହି ସମୟରେ ସେ ପ୍ରିୟଙ୍କା ଗାନ୍ଧୀଙ୍କ ଖୁବ୍ ପ୍ରଶଂସା କରିଛନ୍ତି। ପ୍ରିୟଙ୍କା ବହୁତ ଦୟାଳୁ। ସେ ଏକ ଏଞ୍ଜେଲ ପରି। ଜେଲ୍‌ରେ ଥିବା ସମୟରେ ଜେଲ୍ କର୍ତ୍ତୃପକ୍ଷ ଆମ ସହ ଠିକ୍ ବ୍ୟବହାର କରୁନଥିଲେ। ମାତ୍ର ପିୟଙ୍କା ଗାନ୍ଧୀ ଆମକୁ ପୂରା ସମ୍ମାନ ଦେଇଛନ୍ତି ବୋଲି ନଳିନୀ ଶ୍ରୀହରନ କହିଛନ୍ତି।

ଶ୍ରୀହରନଙ୍କୁ ଭେଟି କାନ୍ଦିଥିଲେ ପ୍ରିୟଙ୍କା

ସେ କହିଛନ୍ତି, ଜେଲ୍‌ରେ ଅଧିକାରୀଙ୍କ ସାମ୍ନାରେ ବସିବାକୁ ଆମକୁ ଅନୁମତି ନଥିଲା। ମାତ୍ର ଯେବେ ପ୍ରିୟଙ୍କା ଗାନ୍ଧୀ ଭେଟିବାକୁ ଆସିଥିଲେ, ସେ ମୋତେ ତାଙ୍କ ନିକଟରେ ବସାଇଥିଲେ। ଏହା ମୋ ପାଇଁ ଏକ ଭିନ୍ନ ଅନୁଭୂତି ଥିଲା। ପ୍ରିୟଙ୍କା ମୋତେ ନିଜ ବାପାଙ୍କ ହତ୍ୟା ବିଷୟରେ ପ୍ରଶ୍ନ କରିଥିଲେ। ସେ ବହୁତ ଭାବୁକ ହୋଇପଡିଥିଲେ। ଏହି ସମୟରେ ପ୍ରିୟଙ୍କା କାନ୍ଦି ପକାଇଥିଲେ ବୋଲି ଶ୍ରୀହରନ କହିଛନ୍ତି।

ଶ୍ରୀହରନ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀଙ୍କ ସହ ଯାହା ସବୁ କଥା ହୋଇଛି, ତାହା ସାର୍ବଜନୀନ ଭାବେ ପ୍ରକାଶ କରି ହେବ ନାହିଁ। ଏହା ତାଙ୍କର ବ୍ୟକ୍ତିଗତ ବିଚାର ହୋଇପାରେ। ସେ କହିଛନ୍ତି, ମୁଁ ଗାନ୍ଧୀ ପରିବାର ପାଇଁ ମୁଁ ବହୁତ ଦୁଃଖିତ। ଗାନ୍ଧୀ ପରିବାର ସହ ଭେଟିବା ପ୍ରଶ୍ନ ଉପରେ ସେ କିଛି କହିପାରିନଥିଲେ।

ହତ୍ୟାରେ ନଥିଲା କୌଣସି ଭୂମିକା

ନଳିନୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ବିଷୟରେ କହିଛନ୍ତି, ସେଥିରେ ତାଙ୍କର କୌଣସି ଭୂମିକା ନଥିଲା। ହତ୍ୟାରେ ଯେଉଁମାନଙ୍କ ସଂପୃକ୍ତି ଥିଲା ସେମାନଙ୍କର ବନ୍ଧୁତା ସ୍ଵାମୀଙ୍କ ସହ ଥିଲା। ଚିହ୍ନା ପରିଚୟ ଥିବା କାରଣରୁ ତାଙ୍କୁ ଗିରଫ କରି ନିଆଗଲା। କଣ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ନେଇ ମନରେ କୌଣସି ପଶ୍ଚତାପ ରହିଛି। ଏହା ଉପରେ ନଳିନୀ କହିଛନ୍ତି, ବାସ୍ତବରେ ଘଟଣାରେ ମୋର କୌଣସି ଭୂମିକା ନଥିଲା। ମାତ୍ର ଯାହା କିଛି ଘଟିଲା ଏହାକୁ ନେଇ ସେ ଦୁଃଖିତ।

ଶ୍ରୀହରନ କହିଛନ୍ତି, ତାଙ୍କ ଝିଅ ଲଣ୍ଡନରେ ଡାକ୍ତର। ୧୯୯୨ରେ ଜେଲ୍‌ରେ ହିଁ ଝିଅର ଜନ୍ମ ହୋଇଥିଲା ଏବଂ ଦୁଇ ବର୍ଷ ପରେ ସେ ମୋଠୁ ଅଲଗା ହୋଇ ଯାଇଥିଲା। ୨୦୧୯ରେ ଝିଅର ବିବାହ ହୋଇଛି। ସେହି ସମୟରେ ଶ୍ରୀହରନଙ୍କୁ ଗୋଟିଏ ମାସର ପାରୋଲ ମିଳିଥିଲା ଏବଂ ସେ ବିବାହ ସମାରୋହରେ ସାମିଲ୍ ହୋଇଥିଲେ। ତେବେ ଝିଅ ମୋତେ ସଂପୂର୍ଣ୍ଣ ଭାବେ ଭୁଲି ସାରିଛି। ମୁଁ ଅବଶ୍ୟ ତାକୁ ଜନ୍ମ ଦେଇଛି, ମାତ୍ର ଜନ୍ମର ଦୁଇ ବର୍ଷ ପରେ ତାଠୁ ମୋତ ବିଚ୍ଛିନ୍ନ ହେବାକୁ ପଡିଥିଲା। ଜେଲ୍‌ରୁ ବାହାରିବା ପରେ ମୁଁ  ଜାଣି ପାରୁନି ଯେ, ମୁଁ ତାର କଣ ହେବି। ଏବେ ନିଜର ପୁରୁଣା କଥାକୁ ମନେ ପକାଇବାକୁ ଚେଷ୍ଟା କରୁଥିବା କହିଛନ୍ତି ନଳିନୀ ଶ୍ରୀହରନ।

ସୂଚନାଯୋଗ୍ୟ, ଶ୍ରୀହରନଙ୍କୁ ୧୯୯୧ରେ  ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ସଜା ମିଳିଥିଲା। ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ଏକ ଆତ୍ମଘାତୀ ଆକ୍ରମଣରେ ରାଜୀବଙ୍କ ମୃତ୍ୟୁ ଘଟିଥିଲା।ମାମଲାରେ ଶ୍ରୀହରନ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ମିଳିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉଚ୍ଚତମ ନ୍ୟାୟାଳୟ ସଜାକୁ ଆଜୀବନ କାରାଦଣ୍ଡରେ ବଦଳାଇଥିଲେ।

   Related Posts