୭୦ବର୍ଷର ହେଲେ ମହାନାୟକ ରଜନୀକାନ୍ତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ନାମିଦାମୀ ବ୍ୟକ୍ତି ଦେଲେ ଜନ୍ମଦିନ ଶୁଭକାମନା

Published By : Prameya-News7 Bureau | December 12, 2020 IST

ନୂଆଦିଲ୍ଲୀ ୧୨/ ୧୨: ସାଉଥ ଇଣ୍ଡଷ୍ଟ୍ରିରେ ଦେବତାର ମାନ୍ୟତା ପାଇଥିବା ମେଗାଷ୍ଟାର୍ ରଜନୀକାନ୍ତ ଶନିବାର ନିଜ ୭୦ତମ ଜନ୍ମଦିନ ପାଳନ କରୁଛନ୍ତି। ରଜନୀକାନ୍ତ ନିଜ ଷ୍ଟାଇଲ୍ ଏବଂ ଅଭିନୟରେ ଦର୍ଶକଙ୍କ ହୃଦୟରେ ଏକ ଖାସ୍ ସ୍ଥାନ ସୃଷ୍ଟି କରିଛନ୍ତି। ଦେଶବ୍ୟାପି ତାଙ୍କ ଫ୍ୟାନ୍ ଫଲୋଇଂ ଅଛନ୍ତି। ଖାସ୍ କଥା ହେଉଛି ଏହା ଯେ ପ୍ରତି ଜେନେରେସନ ପାଇଁ ସେ ରୋଲ୍ ମଡେଲ୍ ରହିଛନ୍ତି ଏବଂ ତାଙ୍କୁ ଲୋକଙ୍କ ଭରପୂର ସ୍ନେହ ମିଳିଛି। ଆଜି ଏହି ଖାସ୍ ଅବସରରେ ମଧ୍ୟ ରଜନୀକାନ୍ତଙ୍କୁ ଚାରିଆଡ଼ୁ ଶୁଭେଚ୍ଛା ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ କେତେକ ଷ୍ଟାର୍ ରଜନୀକାନ୍ତଙ୍କୁ ଶୁଭ କାମନା ଜଣାଇଛନ୍ତି।

wp:embed {"url":"https://twitter.com/narendramodi/status/1337576258016710657","type":"rich","providerNameSlug":"twitter","responsive":true,"className":""}
https://twitter.com/narendramodi/status/1337576258016710657
/wp:embed

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟରରେ ରଜନୀକାନ୍ତଙ୍କୁ ଓ୍ବିଶ୍ କରି ଲେଖିଛନ୍ତି ଯେ- ପ୍ରିୟର ରଜନୀକାନ୍ତ ମହାଶୟ,ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା। ଭଗବାନ କରନ୍ତୁ ଆପଣ ସବୁବେଳେ ସୁସ୍ଥ ରୁହନ୍ତୁ ଏବଂ ଦୀର୍ଘାୟୁ ହୁଅନ୍ତୁ। ଏହା ବ୍ୟତୀତ ଦିଗ୍ଗଜ ମ୍ୟୁଜିକ୍ କମ୍ପୋଜର ଏ ଆର ରେହମାନ ଏହି ଅବସରରେ ଲେଖିଛନ୍ତି ଯେ- ସୁପରଷ୍ଟାର୍ ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକଙ୍କ ତରଫରୁ ଏହି CDP ଜାରି କରି ସେ ବହୁତ ଖୁସି ଏବଂ ସମ୍ମାନିତ ଅନୁଭବ କରୁଛନ୍ତି।

wp:embed {"url":"https://twitter.com/vp_offl/status/1337476185287139328","type":"rich","providerNameSlug":"twitter","responsive":true,"className":""}
https://twitter.com/vp_offl/status/1337476185287139328
/wp:embed

ଦକ୍ଷିଣ ଭାରତୀୟ ଅଭିନେତା ଭେଙ୍କଟ ପ୍ରଭୁ ତାଙ୍କ ଜନ୍ମଦିନରେ ଲେଖିଛନ୍ତି- ଜନ୍ମଦିନର ଶୁଭକାମନା ଥଲାଇବା। ତାମିଲନାଡ଼ୁର ଉପମୁଖ୍ୟମନ୍ତ୍ରୀ ଓ ପନ୍ନିରସେଲଭମ ମଧ୍ୟ ରଜନୀକାନ୍ତଙ୍କୁ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି ଯେ- ନିଜ ନିରନ୍ତର କାମ ଏବଂ ଅଦ୍ଭୁତ ପ୍ରତିଭା ଯୋଗୁଁ ରଜନୀ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏତେ ବଡ଼ ସଫଳତା ହାସଲ କରିଛନ୍ତି। ତାଙ୍କ ଦୀର୍ଘାୟୁର କାମନା କରୁଛନ୍ତି।

wp:embed {"url":"https://twitter.com/arrahman/status/1337374071638679552","type":"rich","providerNameSlug":"twitter","responsive":true,"className":""}
https://twitter.com/arrahman/status/1337374071638679552
/wp:embed

୭୦ବର୍ଷ ବୟସରେ ମଧ୍ୟ ସେ ଫିଲ୍ମରେ ସକ୍ରିୟ ଅଛନ୍ତି ଏବଂ ବ୍ଲକବଷ୍ଟର ଫିଲ୍ମ ଦେଉଛନ୍ତି। ତାଙ୍କର କିଛି ସୁପରହିଟ୍ ଫିଲ୍ମ ମଧ୍ୟରେ କଓ୍ବାଲି,ଲିଙ୍ଗା,୨.୦ପେଟା ଏବଂ ଦରବାର ଭଳି ରହିଛି। ତାଙ୍କୁ ଭାରତ ସରକାରଙ୍କ ଦ୍ବାରା ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣ ଭଳି ସମ୍ମାନରେ ସମ୍ମାନିତ କରାଯାଇସାରିଛି।

{"id":376332,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.