ୱାର୍ଲ୍ଡକପ୍‌ ମ୍ୟାଚ୍‌କୁ ନେଇ ଭବିଷ୍ୟବାଣୀ କଲେ ରଜନୀକାନ୍ତ, କହିଲେ-ନିଶ୍ଚିତ ଯେ ଆମେ ଜିତିବୁ

Published By : Prameya-News7 Bureau | November 18, 2023 IST

ମୁମ୍ଵାଇ ୧୮।୧୧: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। ତାଙ୍କର ଦମ୍‌ଦାର ଅଭିନୟ ଏବଂ ବକ୍ତବ୍ୟ ପାଇଁ ଲାଇମ୍‌ ଲାଇଟ୍‌କୁ ଆସନ୍ତି। କିନ୍ତୁ ଏଥର ବିଶ୍ୱକପ୍ ୨୦୨୩ (ଆଇସିସି ବିଶ୍ୱକପ୍ ୨୦୨୩) ର ବିଜେତା  କିଏ ହେବ । ସେ ନେଇ ଭବିଷ୍ୟବାଣୀ କରି ଲାଇମ୍ ଲାଇଟରେ ଅଛନ୍ତି ଥଲାଇଭା । ବିଶ୍ୱକପ୍ ୨୦୨୩ର ଅନ୍ତିମ ମ୍ୟାଚ୍ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତ କହିଛନ୍ତି ଯେ କପ୍ ଆମର ବୋଲି ସେ ଶତପ୍ରତିଶତ ନିଶ୍ଚିତ। ବିଶ୍ୱକପ ଫାଇନାଲ ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ରଜନୀକାନ୍ତ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବିଶ୍ୱକପ ସେମିଫାଇନାଲ ମ୍ୟାଚ ଦେଖିବା ପାଇଁ ୧୫ନଭେମ୍ବର ୨୦୨୩ରେ ୱାନଖଡେ ଷ୍ଟାଡିୟମରେ ପହଞ୍ଚିଥିଲେ। ଯାହା ପରେ ରଜନୀକାନ୍ତ ଏକ ଇଣ୍ଟରଭ୍ୟୁରେ କହିଥିଲେ- ପ୍ରଥମେ ମୁଁ ବିବ୍ରତ ଅନୁଭବ କଲି । ପରେ, ଯେତେବେଳେ ୱିକେଟ୍ ପଡିବାରେ ଲାଗିଲା, ସବୁକିଛି ଠିକ୍ ହୋଇଗଲା।  ସେହି ଦେଢ ଘଣ୍ଟା ମଧ୍ୟରେ ମୁଁ ବହୁତ ନର୍ଭସ ଥିଲି। କିନ୍ତୁ ଏବେ ମୁଁ ୧୦୦% ନିଶ୍ଚିତ ଯେ କପ୍ ଆମର ହେବ ।

କହିବାକୁ ଗଲେ ବିଶ୍ୱକପ ୨୦୨୩ ଭାରତ ବନାମ ଅଷ୍ଟ୍ରେଲିଆର ଫାଇନାଲ ମ୍ୟାଚ୍ ୧୯ ନଭେମ୍ବର ୨୦୨୩ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ୨୦୦୩ ପରଠାରୁ ପ୍ରଥମ ଥର ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ବିଶ୍ୱକପ ଫାଇନାଲ ମୁକାବିଲା ଦେଖିବାକୁ ମିଳିବ । ଏବେ ରଜନୀକାନ୍ତଙ୍କ ଭବିଷ୍ୟବାଣୀ ଶୁଣିବା ପରେ ପ୍ରଶଂସକଙ୍କ ଉତ୍ସାହ ଚାରି ଗୁଣ ବୃଦ୍ଧି ହୋଇଛି।

wp:embed {"url":"https://www.prameyanews7.com/south-actress-around-without-clothes-after-india-wins-world-cup/","type":"wp-embed","providerNameSlug":"prameya-news-7"}
https://www.prameyanews7.com/south-actress-around-without-clothes-after-india-wins-world-cup/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.