ରାଜନୀତିରେ ପାଦ ଥାପିବେ ସୁପରଷ୍ଟାର ରଜନୀକାନ୍ତ ! ସୋମବାର କରିପାରନ୍ତି ବଡ଼ ଘୋଷଣା, ଟ୍ବିଟରରେ ଚର୍ଚ୍ଚା ଜୋର

Published By : Prameya-News7 Bureau | November 29, 2020 IST

ନୂଆଦିଲ୍ଳୀ ୨୯/୧୧: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ରିଲିଜ୍‌ ପୂର୍ବରୁ ହିଟ୍‌ ସାବ୍ୟସ୍ତ ହୋଇଯାଏ। ରଜନୀକାନ୍ତଙ୍କ ଫ୍ୟାନଙ୍କ ସଂଖ୍ୟା କିଛି କମ୍‌ ନୁହେଁ। ଏପରିକି ରାଜନୀକାନ୍ତଙ୍କ ଫିଲ୍ମ ରିଲିଜ୍‌ ହେଲେ ରାଜ୍ୟରେ ସରକାରୀ ଛୁଟି ମଧ୍ୟ ଘୋଷଣା ହୋଇଯାଏ ବୋଲି ଶୁଣିବାକୁ ମିଳେ। ସିନେମାରେ ନିଜର ପରାକାଷ୍ଠା ଦେଖାଇ ସାରିଥିବା ରଜନୀକାନ୍ତ ଏବେ ପ୍ରତ୍ୟେକ୍ଷ ରାଜନୀତିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏନେଇ ବହୁ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ସୋମବାର ବଡ଼ ଘୋଷଣା କରିପାରନ୍ତି ସୁପରଷ୍ଟାର।

୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଆସନ୍ତାକାଲି ବଡ଼ ଘୋଷଣା କରିବାକୁ ଯାଉଛନ୍ତି ତଲାଇବା ରଜନୀକାନ୍ତ। ଏଭଳି ଖବର ମିଳିବା ପରେ ଟ୍ବିଟରରେ #RajinikanthPoliticalEntry ଟ୍ରେଣ୍ଡ କରୁଛି। ଏହା ପୂର୍ବରୁ ୨୦୧୭ରେ ନୂଆ ପାର୍ଟି ଗଠନ କରିବେ ବୋଲି ଘୋଷଣା କରିଥିଲେ ରଜନୀକାନ୍ତ। ଗତ ଲୋକସଭା ନିର୍ବାଚନରେ ରଜନୀକାନ୍ତ ଏଭଳି କିଛି କରିନଥିଲେ କି କିଛି ଘୋଷଣା କରିନଥିଲେ। କିନ୍ତୁ ଏଥର ରଜନୀକାନ୍ତଙ୍କ ରାଜନୀତିରେ ଏଣ୍ଟ୍ରି ସୁନିଶ୍ଚିତ ବୋଲି କୁହାଯାଉଛି।

ରଜନୀ ମକ୍କଲ ମନ୍ଦରମ ପାର୍ଟିର ଜଣେ ଜିଲ୍ଲା ସଚିବ କହିଛନ୍ତି, ପାର୍ଟିର ବିଶ୍ବାସ ଅଛି ରଜନୀକାନ୍ତ ୨୦୨୧ ବିଧାନସଭାବା ନିର୍ବାଚନରେ ଲଢ଼ିବେ କି ନାହିଁ ସ୍ପଷ୍ଟ କରିବେ। ସେପଟେ ତାଙ୍କ ଫ୍ୟାନ ଓ ସୋସିଆଲ୍‌ ମିଡିଆ ୟୁଜର ରଜନୀକାନ୍ତଙ୍କ ନିଷ୍ପତ୍ତିକୁ ଅନାଇ ବସିଛନ୍ତି। ରଜନୀକାନ୍ତଙ୍କ ଫ୍ୟାନମାନେ ତାଙ୍କୁ ରାଜନୀତିରେ ଦେଖିବାକୁ ଚାହୁଁଛନ୍ତି। ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଲଗାତର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

wp:core-embed/twitter {"url":"https://twitter.com/arundharmaraj/status/1332917778131480576","type":"rich","providerNameSlug":"twitter","className":""}
https://twitter.com/arundharmaraj/status/1332917778131480576
/wp:core-embed/twitter wp:core-embed/twitter {"url":"https://twitter.com/devashak/status/1332911671325597697","type":"rich","providerNameSlug":"twitter","className":""}
https://twitter.com/devashak/status/1332911671325597697
/wp:core-embed/twitter wp:core-embed/twitter {"url":"https://twitter.com/mujahid96327777/status/1332906522007900161","type":"rich","providerNameSlug":"twitter","className":""}
https://twitter.com/mujahid96327777/status/1332906522007900161
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.