AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ରାଜନୈତିକ ଭବିଷ୍ୟତ ନେଇ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ରଜନୀକାନ୍ତ , କରିବେ ଘୋଷଣା

30/11/2020 at 4:15 PM

ଚେନ୍ନାଇ ୩୦/୧୧: ସୁପରଷ୍ଟାର୍ ରଜନୀକାନ୍ତ ଆଜି ଅର୍ଥାତ୍ ସୋମବାର ନିଜ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମ୍ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଆଜିର ବୈଠକରେ ଜିଲ୍ଲା ସଚିବଙ୍କ ସହ ସେ ନିଜ ବିଚାରର ଆଦାନପ୍ରଦାନ କରିଥିଲେ। ଆଗକୁ ରଜନୀକାନ୍ତ କହିଥିଲେ ଯେ ପାର୍ଟି ନେତା ତାଙ୍କୁ ସହଯୋଗ କରିଥିଲେ ଏବଂ ସେ ଯେ କୌଣସି ନିଷ୍ପତ୍ତି ନେଲେ ସମସ୍ତ ପାର୍ଟି ନେତା ତାଙ୍କର ସମର୍ଥନ କରିବେ। ଏହା ସହିତ ହିଁ ମିଡିଆ ସହ ମୁହାଁମୁହିଁ ହେବାବେଳେ ସେ କହିଥିଲେ ଯେ ସେ ରାଜନୀତିରେ ଏଣ୍ଟ୍ରି ନେଲେ ଶୀଘ୍ର ଘୋଷଣା କରିବେ।

ତାମିଲନାଡ଼ୁରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ସେଠାକାର ରାଜନୀତିରେ ନିର୍ବାଚନକୁ ନେଇ ସବୁ ଦଳରେ ସକ୍ରିୟତା​‌ ବଢ଼ିଯାଇଛି। ଏପରି କ୍ଷେତ୍ରରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଛି କି ଯେ ରଜନୀକାନ୍ତ ନିର୍ବାଚନୀ ଯୁଦ୍ଧରେ ମୈଦାନକୁ ଆସିବେ କି ନାହିଁ? ଆସନ୍ତା ବର୍ଷ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବ। ଏପରି ପରିସ୍ଥିତିରେ ରଜନୀକାନ୍ତଙ୍କ ରାଜନୀତିରେ ଏଣ୍ଟ୍ରିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ରଜନୀକାନ୍ତ ରାଘବେନ୍ଦ୍ର ହଲ୍‌ରେ ରଜନୀ ମକ୍କଲ୍ ମଣ୍ଡରାମର ଜିଲ୍ଲା ସଚିବଙ୍କ ସହ ବୈଠକ କରିଥିଲେ।

ରଜନୀକାନ୍ତ ଗତ ୨ବର୍ଷରୁ ରାଜନୀତିରେ ସକ୍ରିୟ ଅଛନ୍ତି। କିନ୍ତୁ ଆଧିକାରିକ ଭାବେ ସେ ଏବେ ସୁଦ୍ଧା ରାଜନୀତିରେ ଏଣ୍ଟ୍ରି ନେଇ ନାହାନ୍ତି। ଗତ ବର୍ଷ ଅଭିନେତା କମଲ ହାସନ ଏବଂ ରଜନୀକାନ୍ତ ଏକାଠି କାମ କରିବାର ଇଚ୍ଛା ପ୍ରକାଶ କରିଥିଲେ।

 

 

   Related Posts