ରଜନୀକାନ୍ତ ଚେନ୍ନାଇ ହସ୍ପିଟାଲରେ ଭର୍ତ୍ତି, ପତ୍ନୀ ଦେଲେ ହେଲଥ୍ ଅପଡେଟ୍

Published By : Prameya-News7 Bureau | October 01, 2024 IST

ମୁମ୍ଵାଇ ୦୧।୧୦; ଦକ୍ଷିଣର ଭେଟେରାନ୍ ତାରକା ରଜନୀକାନ୍ତ। ତାଙ୍କୁ ବର୍ତ୍ତମାନ ଚେନ୍ନାଇର ଆପୋଲୋ ଗ୍ରିମସ୍ ରୋଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଚେନ୍ନାଇ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି। ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିବା କୁହାଯାଉଛି। 


ରଜନୀକାନ୍ତଙ୍କୁ ପେଟରେ ଯନ୍ତ୍ରଣା ଅନୁଭବ 

ଚେନ୍ନାଇ ପୋଲିସ କହିଛି ଯେ ରଜନୀକାନ୍ତଙ୍କୁ ଚେନ୍ନାଇର ଆପୋଲୋ ଗ୍ରିମସ୍ ରୋଡ୍ ହସ୍ପିଟାଲକୁ ନିଆଯାଇଥିଲା। ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ସୋମବାର ରାତିରେ ରଜନୀକାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ଏହା ପରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ସ୍ଥିର ଅଛନ୍ତି ଏବଂ ତାଙ୍କ ପରିବାର ତାଙ୍କ ସହ ଅଛନ୍ତି।

ରଜନୀକାନ୍ତ ବର୍ତ୍ତମାନ ଠିକ୍‌ ଅଛନ୍ତି

୭୩ ବର୍ଷିୟ ଅଭିନେତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଏହି ଅଭିନେତାଙ୍କୁ ଡାକ୍ତରଙ୍କ ଦଳ ପରୀକ୍ଷା କରିଥିଲେ। ତେବେ ତାଙ୍କ ଅବସ୍ଥା ସ୍ଥିର ଥିବା ସୂତ୍ରରୁ ପ୍ରକାଶ। କିନ୍ତୁ, ଡାକ୍ତରଖାନା କିମ୍ବା ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ। ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ରଜନୀକାନ୍ତଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ରର ଅଡିଓ ଲଞ୍ଚରେ ଦେଖିବାକୁ ମିଳିଥିଲା ଏବଂ ଏହା ରଜନୀକାନ୍ତଙ୍କ ୧୭୦ ତମ ଚଳଚ୍ଚିତ୍ର ଅଟେ। 

କିଡନୀ ପ୍ରତିରୋପଣ କରାଯାଇଛି

ସୁପରଷ୍ଟାର ରଜନୀକାନ୍ତଙ୍କ ବିଷୟରେ କହିବାକୁ ଗଲେ, ପ୍ରାୟ ୧୦ ବର୍ଷ ପୂର୍ବେ ସେ ଭାରତ ଠାରୁ ଦୂରରେ ସିଙ୍ଗାପୁରରେ କିଡନୀ ପ୍ରତିରୋପଣ କରିଥିଲେ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ନିଜର ବହୁ ଚର୍ଚ୍ଚିତ ରାଜନୈତିକ ଇନିଂସରୁ ନିଜକୁ ଦୂରେଇ ରଖିଥିଲେ। ଏହା ପରେ ସେ ପୁନର୍ବାର ଚଳଚ୍ଚିତ୍ର ସୁଟିଂରେ ସାମିଲ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.