ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତାଙ୍କ ଶେଷକୃତ୍ୟ, ସାମିଲ ହେଲେ ବରିଷ୍ଠ ନେତା

Published By : Prameya-News7 Bureau | January 28, 2022 IST

ବରଗଡ଼ ୨୮/୦୧: ବରଗଡ ଜିଲା ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତାଙ୍କ ଗୁରୁବାର ପରଲୋକ ହୋଇଛି ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ ୧୯୮୦ରେ ବିଜେପୁର ଆସନରେ କଂଗ୍ରେସ ଦଳରୁ ପ୍ରତିଦ୍ୱନ୍ଦିତା କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

୧୯୮୩ରେ ସେ ମାର୍କେଟିଂ ଫେଡ଼େରେଶନର ଚେୟାରମ୍ୟାନ ନିର୍ବାଚିତ ହୋଇଥିଲେ । ଏହାପୂର୍ବରୁ ସ୍ଵର୍ଗତ ହୋତା ୧୯୬୨ରେ ବରପାଲି ବ୍ଲକ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ସେ ବରପାଲି ଫାର୍ମାସ୍ପାଟିକାଲ କଲେଜର ପ୍ରତିଷ୍ଠାତା ଥିଲେ । ତାଙ୍କ ପରଲୋକରେ ବିଜେପୁର ନିର୍ବାଚନ ମଣ୍ଡଳୀ ସମେତ ସମଗ୍ର ଜିଲ୍ଲାରେ ଗଭୀର ଶୋକପ୍ରକାଶ ପାଇଛି ।

ଆଜି ତାଙ୍କର ଶେଷକୃତ୍ୟ ବରପାଲି ସ୍ମଶାନରେ ସମ୍ପର୍ଣ୍ଣ ହୋଇଛି ତେବେ ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟିକା ରିତା ସାହୁଙ୍କ ସମେତ କଂଗ୍ରେସର ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ସମେତ ବିଭିନ୍ନ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.