ରାଜଧାନୀରେ ବନ୍ୟା ସ୍ଥିତି ସାଂଘାତିକ; ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ, ଅସ୍ତବ୍ୟସ୍ତ ଦିଲ୍ଲୀବାସୀ

Published By : Prameya-News7 Bureau | July 15, 2023 IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ଡରାଇଲାଣି ଯମୁନା ନଦୀ । ବର୍ଷା ଓ ବନ୍ୟା ପରିସ୍ଥିତି ପାଇଁ ଗମ୍ଭୀର ସ୍ଥିତି ଉପୁଜିଛି। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଯମୁନା ନଦୀର ଜଳସ୍ତର । ଦିଲ୍ଲୀରେ ବନ୍ୟା ସ୍ଥିତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଯମୁନା ନଦୀ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଥିଲେ ସୁଦ୍ଧା ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଲୋକଙ୍କ ଘରେ ପାଣି, ହସ୍ପିଟାଲରେ ପାଣି, ବଜାରଘାଟରେ ପାଣି ଜମିଛି। ଲାଲକିଲ୍ଲା, ରାଜଘାଟ, ଯୁମୁନା ବଜାର, ITO ରୋଡ, ସୁପ୍ରିମକୋର୍ଟ ଆଖାପାଖ ସବୁଠି ଖାଲି ପାଣି ଆଉ ପାଣି ।

{"id":817215,"width":838,"height":471,"sizeSlug":"full","linkDestination":"none"}

ବନ୍ୟା ଜଳ ସହର ଭିତରକୁ ମାଡ଼ି ଆସିଥିବାରୁ ରାଜଧାନୀରେ ଟ୍ରାଫିକ୍ ସମସ୍ୟା ସାଂଘାତିକ ରୂପ ନେଇଛି । ଦିଲ୍ଲୀର ତିଳକ୍ ମାର୍ଗ ଅଞ୍ଚଳରେ ଅବସ୍ଥିତ ସୁପ୍ରିମକୋର୍ଟର ପ୍ରବେଶ ପଥରେ ବନ୍ୟା ଜଳ ଜମିରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ୫୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସଂଯୋଗକାରୀ ରାସ୍ତା ଜଳାର୍ଣ୍ଣବ ହୋଇଯାଇଛି। ୨୭ ହଜାରରୁ ଅଧିକ ଲୋକଙ୍କୁ ତଳି ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଜଳସ୍ତର ବଢ଼ିବାରୁ ଦିଲ୍ଲୀରେ ସମସ୍ତ ସ୍କୁଲ୍ ଏବଂ କଲେଜ ୧୬ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।

{"id":817217,"sizeSlug":"full","linkDestination":"none"}

ବନ୍ୟା ମୁକାବିଲା ପାଇଁ ଉଦ୍ୟମ ଚଳାଇଛନ୍ତି ଦିଲ୍ଲୀ ସରକାର । ଉଦ୍ଧାର କାର୍ଯ୍ୟରେ NDRF ର ୧୬ ଟି ଟିମ୍ ଲାଗିଛନ୍ତି। ସ୍ଥିତି ବିଗିଡ଼ିବା ଦେଖି ସେନାର ସହାୟତା ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଫୋନ୍ କରି ବନ୍ୟା ସ୍ଥିତି ସମ୍ପର୍କରେ ବୁଝିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପରାଜ୍ୟପାଳ ଭିକେ ସାକ୍ସେନା ମଧ୍ୟ ବିଭିନ୍ନ ବନ୍ୟାପ୍ରବଣ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।

{"id":817218,"sizeSlug":"full","linkDestination":"none"}

You Can Read:

wp:embed {"url":"https://www.prameyanews7.com/flood-situation-in-north-india-yamuna-river-flow-top-level/","type":"wp-embed","providerNameSlug":"prameya-news-7"}
https://www.prameyanews7.com/flood-situation-in-north-india-yamuna-river-flow-top-level/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.