ଆନ୍ଧ୍ରପ୍ରଦେଶ ପରେ ଛତିଶଗଡ ପେପର ମିଲରେ ଗ୍ୟାସ ଲିକ୍‌ : ୩ ଗୁରୁତର

Published By : Prameya-News7 Bureau | May 07, 2020 IST

ରାୟଗଡ ୦୭।୦୫: ବିଶ୍ଵ ମହାମାରୀ କରୋନା ଭାଇରସ୍‌ର ସାମ୍ନା କରୁଥିବା ଭାରତୀୟଙ୍କ ଲାଗି ଗୁରୁବାର ଦିନଟି ଅଶୁଭ ପାଲଟିଛି। କରୋନାରେ ବଢୁଥିବା ସଂକ୍ରମିତଙ୍କ ମଧ୍ୟରେ ଦେଶବାସୀଙ୍କୁ ଗ୍ୟାସ୍ ଲିକ୍‌ ଘଟଣା ପରି ବିପତ୍ତିର ସାମ୍ନା କରିବାକୁ ପଡିଛି। ସକାଳେ ବିଶାଖାପାଟଣାର ପଲିମର ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ କାରଣରୁ ୧୧ ଜଣଙ୍କ ମୃତ୍ୟୁ ଘଟିବା ଏବଂ ହଜାର ସଂଖ୍ୟକ ଲୋକ ଅସୁସ୍ଥ  ହେବା ପରେ ଆଉ ଏକ ଗ୍ୟାସ୍ ଦୁର୍ଘଟଣା ଖବର ଆସିଛି। ଛତିଶଗଡରର ରାୟଗଢରେ ଏକ ପେପର ମିଲ୍‌ରେ ଗ୍ୟାସ୍‌ ଲିକ୍‌ ହୋଇଛି। ମିଲ୍‌ରେ କାମ କରୁଥିବା ସାତ ଜଣ ଶ୍ରମିକ ଅସୁସ୍ଥ ହେବା ପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ରାୟଗଢ ଏସପି ସନ୍ତୋଷ ସିଂହ କହିଛନ୍ତି ଶ୍ରମିକମାନେ ମିଲ୍‌ରେ ଏକ ଟାଙ୍କି ସଫା କରୁଥିଲେ। ଏହି ସମୟରେ ଅଚାନକ ଏକ ମାରାତ୍ମକ ଗ୍ୟାସ୍ ନିର୍ଗତ ହୋଇଥିଲା। ଏଥିରେ ସାତ ଜଣ ଅସୁସ୍ଥ ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

wp:core-embed/twitter {"url":"https://twitter.com/ChhattisgarhCMO/status/1258357764767854592?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1258357764767854592\u0026ref_url=https%3A%2F%2Faajtak.intoday.in%2Fstory%2Fpoisonous-gas-leaked-shakti-papers-industry-raipur-chhattisgarh-1-1188424.html","type":"rich","providerNameSlug":"twitter","className":""}
https://twitter.com/ChhattisgarhCMO/status/1258357764767854592?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1258357764767854592&ref_url=https%3A%2F%2Faajtak.intoday.in%2Fstory%2Fpoisonous-gas-leaked-shakti-papers-industry-raipur-chhattisgarh-1-1188424.html
/wp:core-embed/twitter

ରାୟଗଢ ଜିଲ୍ଲାପାଳ ଯଶବନ୍ତ କୁମାର ଗୁରୁବାର ଅପରାହ୍ନ ପ୍ରାୟ ୩ଟାରେ ଏସପିଙ୍କ ସହିତ ପୀଡିତଙ୍କୁ ଭେଟିବାକୁ ହସ୍ପିଟାଲ ପହଞ୍ଚିଥିଲେ। ଦୁଇ ଅଧିକାରୀ ସୂଚନା ଦେଇଛନ୍ତି, ମିଲ୍‌ର ମାଲିକ ଘଟଣାର ସୂଚନା ମିଳିବା ପରେ ପ୍ରଥମେ ପ୍ରଥମେ ଏହାକୁ ଚପାଇବାକୁ ଉଦ୍ୟମ କରିଥିଲେ ଏବଂ ପୋଲିସକୁ ସୂଚନା ଦେଇନଥିଲେ। ମିଲ୍‌ ମାଲିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ଘୋଷଣା କରିଛନ୍ତି।

ପୋଲିସ୍ ଅଧିକାରୀଙ୍କ ଅନୁଯାୟୀ, କରୋନା ଭାଇରସ୍‌ର ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍ କାରଣରୁ ମିଲ୍‌ ବନ୍ଦ ରହିଥିଲା। ମିଲ୍‌ ମାଲିକ ମିଲ୍‌ ଚାଲୁ କରିବା ଲାଗି କାରଖାନାର ଏକ ଟାଙ୍କି ସଫା କରୁଥିଲା। ଏହି ସମୟରେ ହଠାତ ଗ୍ୟାସ୍ ଲିକ୍ ହୋଇଥିଲା। ସଫେଇ ସମୟରେ ଶ୍ରମିକ ବିଷାକ୍ତ ଗ୍ୟାସ୍‌ ସଂସ୍ପର୍ଶରେ ଆସିଥିଲେ ଓ ଅସୁସ୍ଥ ହୋଇ ପଡିଥିଲେ। ଟ୍ୟାଙ୍କ ବାହାରେ ଥିବା ଶ୍ରମିକମାନେ ତୁରନ୍ତ କାରଖାନାରୁ ବାହାରି ଯାଇଥିଲେ। କିନ୍ତୁ ଯେଉଁମାନେ ଟ୍ୟାଙ୍କ ସଫା କରୁଥିଲେ ସେମାନେ ବାହାରି ପାରିନଥିଲେ। ଆହତମାନଙ୍କ ମଧ୍ୟରୁ ୩ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି । ଏମାନଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯଇଛି। ଘଟଣା ପରେ ସେମାନଙ୍କୁ ସ୍ଥାନୀୟ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। ଘଟଣାର ସୂଚନା ମିଳିବା ମାତ୍ରେ ଫରେନ୍ସିକ୍ ବିଶେଷଜ୍ଞର ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

wp:core-embed/twitter {"url":"https://twitter.com/ipskabra/status/1258345512266108928?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1258345512266108928\u0026ref_url=https%3A%2F%2Faajtak.intoday.in%2Fstory%2Fpoisonous-gas-leaked-shakti-papers-industry-raipur-chhattisgarh-1-1188424.html","type":"rich","providerNameSlug":"twitter","className":""}
https://twitter.com/ipskabra/status/1258345512266108928?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1258345512266108928&ref_url=https%3A%2F%2Faajtak.intoday.in%2Fstory%2Fpoisonous-gas-leaked-shakti-papers-industry-raipur-chhattisgarh-1-1188424.html
/wp:core-embed/twitter

ଉଲ୍ଲେଖଯୋଗ୍ୟ, ଆଜି ସକାଳେ ବିଶାଖାପାଟଣାରେ ଏକ ପଲିମର ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ଘଟଣା ପୂରା ଦେଶକୁ ହତବାକ୍‌ କରି ଦେଇଛି। ଏହି ଘଟଣାରେ ଅଦ୍ୟାବଧି ୧୧ ଜଣଙ୍କ ମୃତ୍ୟୁ ଘଟି ସାରିଛି। ଶତାଧିକ ଲୋକଙ୍କ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଷାକ୍ତ ଗ୍ୟାସ୍‌ କାରଣରୁ ତିନି କିଲୋମିଟର ପରିଧିରେ ଥିବା ଗାଁଗୁଡିକରୁ ଲୋକଙ୍କୁ ବାହାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.