ଅଭିଯୋଗ ପରେ ନିଜ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲାପାଳ, ଗଣିଲେ ଜରିମନା

Published By : Prameya-News7 Bureau | December 02, 2020 IST

ଭେପାଳ ୨।୧୨: ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲାପାଳ ଏକ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ନିଜକୁ ଦଣ୍ଡିତ କରି ନିଜ ଉପରେ ଜରିମନା ଲଗାଇଛନ୍ତି । ଏହାପରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଲୋକମାନେ ତାଙ୍କୁ ଏକ ଉଦାହରଣ ଭାବେ ଦେଖୁଛନ୍ତି । ରାଜଗଡ ଜିଲ୍ଲାପାଳ ନୀରଜ କୁମାର ସିଂହ ଅଧିକ ଦିନ ଧରି ମାମଲାର ତଦନ୍ତ ଚାଲିଥିବା ନେଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଜିଲ୍ଲାପାଳ ନୀରଜ କୁମାର ସିଂହ ମୁଖ୍ୟମନ୍ତ୍ରୀ ହେଲ୍ପଲାଇନ୍, ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଆଦି ଅନେକ ବିଭାଗର ସମୀକ୍ଷା କରୁଥିଲେ । ସେହି ସମୟରେ ଅନେକ ମାମଲାର ତଦନ୍ତ ଚାଲିଥିବା ସେ ଦେଖିଥିଲେ । ଏହାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିଜ ସହ ଅନେକ ଅଧିକାରୀ ଏବଂ କର୍ମଚାରୀଙ୍କ ଉପରେ ଜରିମନା ଲଗାଇଛନ୍ତି । ସେ ନିଜକୁ ମଧ୍ୟ ଦଣ୍ଡିତ କରିଛନ୍ତି ।

ସମୀକ୍ଷା ସମୟରେ ୧୧୪୦ ଅଭିଯୋଗର ତଦନ୍ତ ଚାଲିଥିବା ଜିଲ୍ଲାପାଳ ଜାଣିବାକୁ ପାଇଥିଲେ । ସେ ସବୁ ଅଭିଯୋଗ ଉପରେ ୧୦୦ ଟଙ୍କା ଜରିମନା ଲଗାଇଛନ୍ତି । ଏହି କ୍ରମରେ ଜରିମନା ଆକାରରେ ୧ ଲକ୍ଷରୁ ଅଧିକ ଟଙ୍କା ଜମା କରାଯାଇଛି । ଗୋଟିଏ ସପ୍ତାହ ମଧ୍ୟରେ ଖୁବ୍ ଶୀଘ୍ର ସମସ୍ତ ଅଭିଯୋଗର ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ସବୁ ବିଭାଗର ସମୀକ୍ଷା ତାଙ୍କ ଦ୍ବାରା ହେବାର ଥିଲା । ସେଥିପାଇଁ ସେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.