ସୁନ୍ଦରଗଡ଼: ୨ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁନ୍ଦରଗଡ଼ କୁତ୍ରା CDPOଙ୍କୁ ଧରିଲା ଭିଜିଲାନ୍ସ । ଜଣେ ଅଙ୍ଗନବାଡ଼ି କର୍ମୀଙ୍କଠାରୁ CDPO ଜୟଶ୍ରୀ ପଟ୍ଟନାୟକ ଏହି ଲାଞ୍ଚ ନେଉଥିଲେ । ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ଥିବା ଅଭିଯୋଗକୁ ଉପରିସ୍ଥ ଅଧିକାରୀଙ୍କୁ ନଜଣାଇବା ପାଇଁ CDPO ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ୨ହଜାର ଟଙ୍କାରେ କଥା ଛିଣ୍ଡିଥିଲା । ଆଉ ସମ୍ପୃକ୍ତ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ସେ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରଙ୍ଗେ ହାତ୍ ଧରିଥିଲା ଭିଜିଲାନ୍ସ । ଏବେ CDPO ଜୟଶ୍ରୀ ପଟ୍ଟନାୟଙ୍କ ରାଜଗାଙ୍ଗପୁର ବାସଭବନରେ ଚାଲିଛି ଚଢ଼ାଉ ।
ବକ୍ସ ଅଫିସ୍ର ସବୁ ରେକର୍ଡ ଚୁର୍ମାର, ଲାଇଫ୍ଟାଇମ୍...