ଛାଡପତ୍ର ପୂର୍ବରୁ ଚାରୁଙ୍କ ନାଁରେ ଅଭିଯୋଗ ଆଣିଲେ ରାଜୀବ, କହିଲେ-କେବଳ ସାଇନ୍‌ କରିବାର ଅଛି...

Published By : Prameya-News7 Bureau | December 02, 2022 IST

ମୁମ୍ଵାଇ ୦୨।୧୧: ଏକ ସମୟ ଥିଲା ଯେତେବେଳେ ଚାରୁ ଏବଂ ରାଜୀବ ଗ୍ଲାମରସ୍‌ ୱାର୍ଲ୍ଡର କ୍ୟୁଟ୍‌ କପଲ୍‌ ଥିଲେ। ଉଭୟେ ପରସ୍ପରକୁ କିଛି ମାସ ପାଇଁ ଡେଟ କରିଥିଲେ। ୨୦୧୯ ରେ ଗୋଆରେ ଧୁମ୍‌ଧାମ୍‌ରେ ସହିତ ବିବାହ କରିଥିଲେ। କିଛି ମାସ ବିବାହ ପରେ, ସେମାନଙ୍କ ମଧ୍ୟରେ ଫାଟ ଆରମ୍ଭ ହେଲା। ଅନେକ ଯୁକ୍ତିତର୍କ ପରେ ପରେ ଯୋଡି ହୋଇଥିଲେ। ଏହାକୁ ଦେଖି ଆଶା କରାଯାଉଥିଲା ଯେ, ଏଥର ଦୁହେଁ ସେମାନଙ୍କ ମଧ୍ୟରେ ଦୂରତା କମ୍‌ କରିବେ। କିନ୍ତୁ ଏହା ବହୁ ଚେଷ୍ଟା ପରେ ବି ସମ୍ଭବ ହୋଇପାରି ନାହିଁ। ଏନେଇ ରାଜୀବ ସେନ୍ କହିଛନ୍ତି ଯେ ଉଭୟ ଖୁବ୍‌ ଶୀଘ୍ର ଛାଡପତ୍ର କାଗଜରେ ସାଇନ୍ ଇନ୍ କରିବାକୁ ଯାଉଛନ୍ତି।

wp:html /wp:html

ଗଣମାଧ୍ୟମରେ ରାଜୀବ ସେନ୍ ବହୁତ ଆକ୍ଟିଭ୍‌ ଏବଂ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ପ୍ରଶଂସକଙ୍କ ନିକଟରେ ସୂଚନା ଦିଅନ୍ତି। ତାଙ୍କର ବ୍ଲଗରେ ସେ କହିଛନ୍ତି ଖୁବ୍‌ ଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି । ଏନେଇ ନିଜ ବ୍ଲଗରେ କହିଛନ୍ତି ଚାରୁ ମୋ ଉପରେ ବହୁ ପ୍ରକାରର ଅଭିଯୋଗ ଆଣୁଛନ୍ତି। ସେ ନିଜେ ଜିଆନାକୁ ବ୍ୟବହାର କରୁଛନ୍ତି । ମୋର ଏବଂ ଚାରୁର ରାସ୍ତା ଏବେ ପରାପୁରି ଅଲଗା । କାଗଜପତ୍ର ଇତ୍ୟାଦି, ସବୁ ପ୍ରସ୍ତୁତ। ଆମକୁ କେବଳ ସାଇନ୍ କରିବାର ବାକି ଅଛି। ତାରିଖ ମଧ୍ୟ ବାହାରି ଯାଇଛି। ଆମେ ଯାଇକି ଛାଡପତ୍ର ନେବୁ କିନ୍ତୁ ମୁଁ ସବୁବେଳେ ମୋ ଝିଅ ଅଛି ।

ଆହୁରି କହିଛନ୍ତି, "ଯେତେବେଳେ ଚାରୁ ମୋତେ କୁହନ୍ତି, ମୁଁ ତାଙ୍କୁ ଏବଂ ମୋ ଝିଅର ନାମ ପାଇବା ପାଇଁ ଏସବୁ କରୁଛି। ତାହା ମୋତେ ବହୁତ ଖରାପ ଲାଗେ। କାରଣ ମୋ ପାଖରେ ମୋ ଝିଅ ହିଁ ନାହିଁ। ମୁଁ ଭାବୁଛି ଏହା ହେଉଛି ସେମାନଙ୍କର ପିଲାଳିଆମି। ଏତେ  ଛୋଟ ଚିନ୍ତା ଧାରା କର ନାହିଁ। "ଆଜିର ଦୁନିଆରେ ଜଣେ ବ୍ୟକ୍ତିଙ୍କୁ ଅସମ୍ମାନ କରିବା ଅତ୍ୟନ୍ତ ସହଜ ଅଟେ। ସମସ୍ତ ପୁରୁଷ ଭୁଲ୍ ନୁହଁନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.