ରାଜଧାନୀ ଏକ୍ସପ୍ରେସ ବସ୍ ସେବାର ଶୁଭାରମ୍ଭ : ବିଭିନ୍ନ ଜିଲ୍ଲାକୁ ଚାଲିବ ୨୩ଟି ଏସି ଡିଲକ୍ସ ବସ୍

Published By : Prameya-News7 Bureau | January 18, 2019 IST

ଭୁବନେଶ୍ବର୧୮|୧: ରାଜଧାନୀ ଏକ୍ସପ୍ରେସ ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଏଣିକି ଭୁବନେଶ୍ବରରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୨୩ଟି ଏସି ଡିଲକ୍ସ ବସ୍‌ ଚଳାଚଳ କରିବ । ଭୁବନେଶ୍ବରରୁ ଫୁଲବାଣୀ, ରାଉରକେଲା, ଭବାନୀପାଟଣା, ଭଞ୍ଜନଗର, ରାଜଗାଙ୍ଗପୁର ଭାୟା ସୁନ୍ଦରଗଡ଼, ରାଜ ଖରିଆର ଭାୟା ବଲାଙ୍ଗିର, ଗୋରୁ ମହିଶାଣି ଭାୟା କରଞ୍ଜିଆ, ବୁର୍ଲା ଭାୟା ସମ୍ବଲପୁର ଯାତାୟତ କରିବ ଏସବୁ ବସ୍‌ ।

{"id":75454}

ସେହିଭଳି ଆଗକୁ ଭୁବନେଶ୍ବରରୁ କୋଲକାତା ଏବଂ ପାରାଦୀପରୁ ବିଜୟଓ୍ବାଡ଼ା ପର୍ଯ୍ୟନ୍ତ ଯାତାୟତ ସୁବିଧା କରିବାକୁ ୪ଟି ଭଲଭୋ ବସ୍‌ର ଶୁଭାରମ୍ଭ କରାଯିବ । ମୋଟ ୨୭ଟି ବସକୁ ୧୬କୋଟି ଟଙ୍କାରେ କିଣିଛନ୍ତି ସଦରକାର । ଏହି ଏସି ବସଗୁଡ଼ିକରେ ଫ୍ରି-ଓ୍ବାଇଫାଇ ସେବା, ମୋବାଇଲ ଚାର୍ଜିଂ ସୁବିଧା, ସିସିଟିଭି କ୍ୟାମେରା, ଭେହିକିଲ୍‌ ଟ୍ରାକିଂର ବ୍ୟବସ୍ଥା ସହିତ ପାନୀୟ ଜଳର ସୁବିଧା ରହିଛି । ଏହି ଗାଡ଼ି ଗୁଡ଼ିକର ଯାତ୍ରୀ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରିପାରିବେ ବୋଲି ରାଜ୍ୟ ପରିବହନ ନିଗମ ପରିଚାଳନା ନିର୍ଦେଶକ କେ.ବି.ସିଂ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.