ଆଇଏସଆଇକୁ ଦେଉଥିଲେ ଗୋପନୀୟ ତଥ୍ୟ, ରାଜସ୍ଥାନରୁ ୬ ଗିରଫ

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ ୦୮/୦୮:  ରାଜସ୍ଥାନରେ ଗୁଇନ୍ଦା ବିଭାଗ ୬ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହି ବ୍ୟକ୍ତିମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପର୍କରେ ଥିବା ସନ୍ଦେହ କରାଯାଉଛି । ଏମାନଙ୍କୁ ରାଜସ୍ଥାନର ବିଭିନ୍ନ ଜିଲ୍ଲାରୁ ଗିରଫ କରାଯାଇଥିଲା ।

ସୂତ୍ରାନୁସାରେ, ରାଜସ୍ଥାନ ଗୁଇନ୍ଦା ବିଭାଗକୁ ସନ୍ଦିଗ୍ଧଙ୍କ ବାବଦରେ ତଥ୍ୟ ମିଳିଥିଲା । ଟିମ୍ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା । ଗିରଫ ପରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି ।

ଏଡିଜି ଇଣ୍ଟେଲିଜେନ୍ସ କହିଛନ୍ତି ଯେ, 6ଜଣଙ୍କୁ ଗିରଫ କରାଯାଇଛି । ଏହି ସବୁ ଆଇଏସଆଇ ସହ ସମ୍ପର୍କ ରଖିଥିଲେ । ଗିରଫଙ୍କ ମଧ୍ୟରେ ଜୈଶଲମେରରୁ ଦୁଇ ଜଣ, ଜୋଧପୁରରୁ ୩ ଜଣ, ପାଲିରୁ ଜଣେ ରହିଛନ୍ତି । ଏମାନେ ସୋସିଆଲ ମିଡିଆ ଜରିଆରେ ସେନାର ଅନେକ ତଥ୍ୟ ପାକିସ୍ତାନ ପଠାଉଥିଲେ । ଏହି ଅଭିଯୁକ୍ତଙ୍କ ସହ ଆଉ କିଏକିଏ ରହିଛନ୍ତି ସେନେଇ ତଦନ୍ତ ଚାଲିଛି ।

ସୂଚନାଯୋଗ୍ୟ, ଜୈଶଲମେରରେ ସେନା ଓ ବାୟୁସେନାର ଅନେକ ଷ୍ଟେସନ ଅଛି । ଫାୟାରିଂ ରେଞ୍ଜ୍ ମଧ୍ୟ ରହିଛି । ଏଠାରେ ଅନେକ ପାକିସ୍ତାନର ଏଜେଣ୍ଟ ଥିବା ଆଶଙ୍କା କରାଯାଉଛି । ଯେଉଁମାନେ ଶତ୍ରୁ ଦେଶକୁ ସହାୟତା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.