ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଅଭିନେତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ, ଜାଣନ୍ତୁ ଲାଇଭରେ ଆସି କହିଛନ୍ତି କ’ଣ

27/11/2019 at 4:11 PM

ରାଜସ୍ଥାନୀ ଡାନ୍ସର ତଥା ଅଭିନେତ୍ରୀ ପ୍ରିୟା ଗୁପ୍ତା ଫେସବୁକରେ ଲାଇଭ ଆସି ଦର୍ଶକଙ୍କ ଆଗରେ ନିଜର ଦୁଃଖ ବଖାଣିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଯଦି ନ୍ୟାୟ ନମିଳେ ତେବେ ସେ ଆତ୍ମହତ୍ୟା କରିଦେବେ। ତାଙ୍କ କଷ୍ଟର ଏଭଳି ଫଳ ମିଳିବ ସେ କଳ୍ପନା ବି  କରିନଥିଲେ।  ନିକଟରେ ଅଭିନେତ୍ରୀ ପ୍ରିୟାଙ୍କ ନାମରେ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓ ଦେଖିବାପରେ ପ୍ରିୟା ଏଭଳି କହିଛନ୍ତି।

ପ୍ରୀୟା କହିଥଛନ୍ତି ଯେ ଭିଡିଓରେ ଦେଖାଯାଉଥିବା ଯୁବତୀ ସେ ନୁହଁନ୍ତି। ହେଲେ କହି ତାଙ୍କୁ ବଦନାମ କରିବାକୁ ଏଭଳି ଭଡିଓ କରି ସୋସାଲ ମିଡିଆରେ ଅପଲୋଡ କରିଛି।   ଏଣୁ ଏଭଳି ଭିଡିଓ ପ୍ରସ୍ତୁତ କରିଥିବା ଲୋକଙ୍କ ବିରୋଧରେ ପ୍ରୀୟା ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।   ସେପଟେ ପ୍ରିୟାଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ନେଇ ଅଭିନେତ୍ରୀ ପୋଲିସରେ ମଧ୍ୟ ଅଭିଯୋଗ କରିଛନ୍ତି।

ସେ ଲାଇଭ ଆସିବାକୁ ଚାହୁଁନଥିଲେ ହେଲେ ଦର୍ଶକଙ୍କ ଲାଗି ଲାଇଭକୁ ଆସିଥିବା କହିଥିଲେ। ପ୍ରିୟା ଗୁପ୍ତା ଅଭିନେତ୍ରୀ ସହ ଜଣେ ହାସ୍ୟ କଳାକାର ମଧ୍ୟ। ଏଣୁ ଦର୍ଶକ ମହଲରେ ପ୍ରୀୟା ଖୁବ କମ ସମୟରେ ନିଜ ଲାଗି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ହେଲେ ଲୋକେ ତାଙ୍କର ଏଭଳି ଭିଡିଓ କରି ଭାଇରାଲ କରିବେ ତାହା କେବେ ଆଶାବି କରିନଥିଲେ। ସେ ନ୍ୟାୟ ଚାହାନ୍ତି ବୋଲି କହିଛନ୍ତି ନହେଲେ ଆତ୍ମ ହତ୍ୟା ହିଁ ଏକମାତ୍ର ପନ୍ଥା ବୋଲି ଚରମ ବାଣୀ ଶୁଣାଇଛନ୍ତି। 

   Related Posts