IPL 2024 : ଗୌହ୍ୱାଟିରେ ପଞ୍ଜାବ କିଙ୍ଗସ୍‌ ଏବଂ ରାଜସ୍ଥାନ ରୟାଲ୍ସ ଟକ୍କର

Published By : Prameya-News7 Bureau | May 15, 2024 IST

ମୁମ୍ବାଇ ୧୪।୦୫ : ଆଇପିଏଲ୍‌ ୨୦୨୪ । ଟୁର୍ଣ୍ଣାମେଣ୍ଟରେ ବୁଧବାର ଦିନ ଖେଳାଯିବ ୬୫ ତମ ମ୍ୟାଚ୍‌ । ଗୌହ୍ୱାଟୀ ଷ୍ଟାଡିୟମ୍‌ରେ ମୁହାଁମୁହିଁ ରାଜସ୍ଥାନ ରୟାଲ୍ସ ଏବଂ ପଞ୍ଜାବ କିଙ୍ଗସ ।ରାତି ୭ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍‌ । 

ବର୍ତ୍ତମାନ ଯାଏଁ ରାଜସ୍ଥାନ ରୟାଲ୍ସ ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦମ୍‌ଦାର ପ୍ରଦର୍ଶନ କରିଥିଲା ସଞ୍ଜୁଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ । ୨ୟ ଦଳ ଭାବେ ପ୍ଲେ-ଅଫରେ ଏଣ୍ଟ୍ରି କରିଛି ରାଜସ୍ଥାନ । ତେଣୁ ବାକି ଥିବା ମ୍ୟାଚ୍‌ଗୁଡିକରେ ବିଜୟୀ ହେବା ସହ ପଏଣ୍ଟ ତାଲିକାରେ ଟପ୍‌ରେ ରହିବାକୁ ଦଳ ଟାର୍ଗେଟ ରଖିଛି । ହେଲେ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍‌ରୁ ଦଳର ଷ୍ଟାର କ୍ରିକେଟ୍‌ର ଜୋଶ ବଟଲର୍‌ ଅନୁପସ୍ଥିତ ରହିବେ । ଯାହାକି ଦଳକୁ ଏକ ଶକ୍ତ ଝଟ୍‌କା । 

ସେହିପରି ପଞ୍ଜାବ କିଙ୍ଗସ୍‌ ବର୍ତ୍ତମାନ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୪ଟିରେ ବିଜୟୀ ଏବଂ ୮ଟିରେ ପରାସ୍ତ ହେବାକୁ ପଡ଼ିଛି । ମୋଟ ୮ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୧୦ମ ସ୍ଥାନରେ ରହିଛି । ଚଳିତ ଟୁର୍ଣ୍ଣାମେଣ୍ଟରୁ ଦଳ ବାହାର ହୋଇସାରିଲାଣି । ତେଣୁ ବାକି ଥିବା ମ୍ୟାଚ୍‌ରେ ଦଳ ବିଜୟ ସହ ଟୁର୍ଣ୍ଣାମେଣ୍ଟ ଶେଷ କରିବାକୁ ଟାର୍ଗେଟ ରଖିଛି । 

ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୯ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୨ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦଳ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି । ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି। 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.