RR ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ରସ ଟେଲର, ପୁସ୍ତକରେ କହିଲେ- ମୋତେ ତିନି ଚାରିଥର ଚାପୁଡା ମାରିଥିଲେ

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଅନ୍ୟତମ ମହାନ କ୍ରିକେଟର ରସ ଟେଲର ନିଜର ଆତ୍ମଜୀବନୀରେ ଏକ ବଡ଼ ଖୁଲାସା କରିଛନ୍ତି । ଚଳିତ ସପ୍ତାହ ଆରମ୍ଭରେ ଜାରି ହୋଇଥିବା ବ୍ଲାକ ଆଣ୍ଡ ହ୍ୱାଇଟ ଶୀର୍ଷକ ପୁସ୍ତକରେ ଟେଲର ଆଇପିଏଲରେ ନିଜ ସହ ଘଟିଥିବା ଏକ ଅପ୍ରିୟ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି । ରାଜସ୍ଥାନ ରୟାଲ୍ସର ମାଲିକଙ୍କ ମଧ୍ୟରୁ ଜଣେ ଆଇପିଏଲ ଫ୍ରାଞ୍ଚାଇଜ୍ ସହ ତାଙ୍କର କାର୍ଯ୍ୟକାଳ ସମୟରେ ତାଙ୍କୁ ଚାପୁଡା ମାରିଥିବା ନିଜ ପୁସ୍ତକରେ ରସ ଲେଖିଛନ୍ତି । ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନରେ ଆଉଟ୍ ହେବା ପରେ ଏପରି ଘଟିଥିବା ସେ କହିଛନ୍ତି । ତେବେ ଚାପୁଡା ଜୋରରେ ମାରା ଯାଇ ନଥିଲା, କିନ୍ତୁ ଏହା ମଜାରେ କଲା ପରି ନଥିଲା ବୋଲି ଲେଖିଛନ୍ତି ।

ଟେଲର ଲେଖିଛନ୍ତି, '୧୯୫ ରନ ପିଛା କରିବା ସମୟରେ ମୁଁ ଜିରୋରେ ଆଉଟ ହୋଇଥିଲି ଏବଂ ଆମେ ଲକ୍ଷ୍ୟ ନିକଟରେ ମଧ୍ୟ ପହଞ୍ଚି ପାରି ନଥିଲୁ। ଏହା ପରେ ଖେଳାଳି, ସହଯୋଗୀ ଏବଂ ଟିମ ମ୍ୟାନେଜମେଣ୍ଟ ହୋଟେଲର ସବୁଠୁ ଉପର ମହଳାରେ ଥିବା ବାରରେ ଥିଲେ । ଏହି ସମୟରେ ରୟାଲ୍ସଙ୍କ ମାଲିକଙ୍କ ମଧ୍ୟରୁ ଜଣେ ଆସି ମୋତେ କହିଲେ, 'ରସ, ଜିରୋରେ ଆଉଟ ହେବା ପାଇଁ ଆମେ ଆପଣଙ୍କୁ ଏକ ମିଲିୟନ ଡଲାର ଦେଇ ନାହୁଁ' । ଏହାସହ ମୋତେ ତିନି ଚାରି ଥର ଚାପୁଡା ମାରିଥିଲେ'।

ରସ ଲେଖିଛନ୍ତି, 'ସେ ହସୁଥିଲେ । ତେବେ ସେ ଜୋରରେ ଚାପୁଡା ମାରି ନଥିଲେ । କିନ୍ତୁ ମୋତେ ଏହା ମଜାକ ପରି ଲାଗି ନଥିଲା । ଯେପରି ପରିସ୍ଥିତି ଥିଲା, ମୁଁ ଏହାକୁ ପ୍ରସଙ୍ଗ କରିବାକୁ ଚାହିଁ ନଥିଲି, କିନ୍ତୁ କଳ୍ପନା କରିପାରି ନଥିଲି ଯେ ଏହା ପ୍ରଫେସନାଲ ଖେଳର ବାତାବରଣରେ ହେଉଛି'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.