vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

କ୍ଵାଲିଫାୟରରେ ଗର୍ଜିଲା ବଟଲରଙ୍କ ବ୍ୟାଟ୍, ଗୁଜରାଟ ସାମ୍ନାରେ ବିଜୟ ଲକ୍ଷ୍ୟ ୧୮୯ ରନ

24/05/2022 at 9:28 PM

କୋଲକାତା: ଲିଗ୍ ପର୍ଯ୍ୟାୟ ପରେ ପ୍ଲେ ଅଫରେ ବି ଗର୍ଜିଛି ଜୋସ୍  ଟବଲରଙ୍କ ବ୍ୟାଟ୍। ବୋଟଲରଙ୍କ ଦମଦାର ଇନିଂସ ବଳରେ ଆଇପିଏଲ ୨୦୨୨ର ପ୍ରଥମ କ୍ଵାଲିଫାୟର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଗୁଜରାଟ ବିପକ୍ଷରେ ୬ ଓ୍ଵିକେଟ୍ ହରାଇ ୧୮୮ ରନ କରିଛି। ଫାଇନାଲରେ ପହଞ୍ଚିବାକୁ ହେଲେ ଗୁଜରାଟକୁ ଦରକାର ୧୮୯ ରନ। ବଟଲର ୫୬ ବଲରୁ ୮୯ ରନ କରିଛନ୍ତି। ଅଧିନାୟକ ସଞ୍ଜୁ ସାମସନ ୨୬ ବଲରୁ ୪୭ ରନ କରିଛନ୍ତି। ଗୁଜରାଟ ତରଫରୁ ହାର୍ଦ୍ଦିକ ପାଣ୍ଡ୍ୟା, ସାଇ କିଶୋର, ୟଶ ଦୟାଲ ଏବଂ ମହମ୍ମଦ ଶାମି ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଗୁଜରାଟ ଟସ୍ ଜିତି ପ୍ରଥମେ ବୋଲିଂ  କରିବାକୁ ନିଷ୍ପତ୍ତି ନେଇଛି।  

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ନିରାଶଜନକ ଥିଲା। ଜୟସଓ୍ଵାଲ ୩ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବୋଟଲର ଏବଂ ଅଧିନାୟକ ସଞ୍ଜୁ ସାମସନ ଦ୍ଵିତୀୟ ଓ୍ଵିକେଟ୍‌ରେ ୬୮ ରନ ଯୋଡିଥିଲେ। ସାମସନ ଦ୍ରୁତ ବ୍ୟାଟିଂ କରି ୨୬ ବଲରୁ ୫ ଚୌକା ଏବଂ ୩ ଛକା ଜରିଆରେ ୪୭ ରନ କରିଥିଲେ। ପାଡିକଲ ୨୮ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ଜୋସ୍ ବଟଲର ଇନିଂସ ସମ୍ଭାଳିଥିଲେ। ହେଟମାୟର(୪) ନିରାଶ କରିଥିଲେ। ଅର୍ଦ୍ଧଶତକ ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ବଟଲର। ସେ ୫୬ ବଲରୁ ୧୨ ଚୌକା ଏବଂ ୨ ଛକା ସହ ୮୯ ରନ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ତାଙ୍କର ଏହି ଇନିଂସ ଦମରେ ରାଜସ୍ଥାନ ୬ ଓ୍ଵିକେଟ୍ ହରାଇ ୧୮୮ ରନ କରି ପାରିଛି।

   Related Posts