ଦୁଷ୍କର୍ମ ଅଭିଯୁକ୍ତ ଯୁବକ ବାହାରିଲା ମହିଳା, ଗିରଫ ପରେ ପୋଲିସ କଲା ବଡ଼ ଖୁଲାସା

Published By : Prameya-News7 Bureau | December 17, 2022 IST

ନୂଆଦିଲ୍ଲୀ: ରାଜସ୍ଥାନରେ ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଗିରଫ କରାଯିବା ପରେ ସିରୋହୀ ପୋଲିସ ଯେଉଁ ଖୁଲାସା କରିଛି ତାହା ସମସ୍ତଙ୍କୁ ଚକିତ କରାଇଛି । ଯେଉଁ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି, ସେ ପୁରୁଷ ନୁହେଁ । ତଦନ୍ତକୁ ସାମନାକୁ ଆସିଛି ଯେ ଗିରଫ ଅଭିଯୁକ୍ତ ଜଣେ ମହିଳା । ପୁରୁଷ ବେଶରେ ରହୁଥିବା ଏହି ମହିଳାକୁ ନାବାଳିକା ସହ ଦୁଷ୍କର୍ମ ଏବଂ ଅପହରଣ ମାମଲାରେ ପୋଲିସ ଗିରଫ କରିଥିଲା । ତଦନ୍ତରେ ଅଭିଯୁକ୍ତ ମହିଳା ଜଣାପଡିବା ପରେ ଦୁଷ୍କର୍ମ ମାମଲା ଖାରଜ ହୋଇଛି । କିନ୍ତୁ ନାବାଳିକାକୁ ଅପହରଣ କରିବାରେ ଅଭିଯୋଗରେ ଅଭିଯୁକ୍ତ ମହିଳାକୁ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ସିରୋହୀ ମହିଳା ଥାନା ଅଧିକାରୀ ମାୟା ପଣ୍ଡିତ ଏହି ମାମଲାର ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ନଭେମ୍ୱର ୨୮ରେ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗ ହୋଇଥିଲା ଯେ ଶଙ୍କର ନାମକ ଜଣେ ଅଭିଯୁକ୍ତ ଜଣେ ନାବାଳିକାକୁ ଅପହରଣ କରି ତା ସହ ଦୁଷ୍କର୍ମ କରିଥିଲା । ପୋଲିସ ମାମଲା ରୁଜୁ କରି ଡିସେମ୍ୱର ୫ରେ ଅଭିଯୁକ୍ତକୁ ହେପାଜତକୁ ନେଇଥିଲା । ହେପାଜତକୁ ନିଆଯିବା ପରେ ଥାନାକୁ ନିଆଯାଇଥିଲା । ତେବେ ପ୍ରାଥମିକ ତଦନ୍ତରେ ହିଁ ସବୁ ପର୍ଦ୍ଦାଫାସ ହୋଇଯାଇଥିଲା । ଅଭିଯୁକ୍ତ ପୋଲିସକୁ କହିଥିଲା ଯେ ସେ ପୁରୁଷ ନୁହେଁ ବରଂ ଜଣେ ମହିଳା । ଏହାପରେ ପୋଲିସ ଅଭିଯୁକ୍ତ ଶଙ୍କର ମେଡିକାଲ ଯାଞ୍ଚ କରାଇଥିଲା । ତଦନ୍ତ ରିପୋର୍ଟରେ ଅଭିଯୁକ୍ତ ମହିଳା ନେଇ ସ୍ପଷ୍ଟ ହୋଇଥିଲା ।

ପୋଲିସ ଅଧିକାରୀଙ୍କ ଅନୁସାରେ ଅଭିଯୁକ୍ତ ଉପରେ ଦୁଷ୍କର୍ମ ଅଭିଯୋଗ ମିଛ ପ୍ରମାଣିତ ହୋଇଥିଲା । ତେବେ ଅପହରଣ ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୋଲିସ ତଦନ୍ତରେ ଅଭିଯୁକ୍ତ ନିଜ ଉପରେ ହୋଇଥିବା ନିର୍ଯାତନା ବିଷୟରେ କହିଥିଲେ । ନିଜ ସ୍ୱାମୀ ଦ୍ୱାରା ସେ ନିର୍ଯାତିତ ହୋଇଥିବା କହିଥିଲେ। ସ୍ୱାମୀ ଛାଡିବା ପରେ ସେ ବେସାହାର ହୋଇଥିଲେ ଏବଂ ରୋଜଗାର ପାଇଁ ପୁରୁଷ ବେଶ ଧାରଣ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.