ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଧାରୀୱାଲ, ଯୋଶୀ ଏବଂ ରାଠୋରଙ୍କ ଜବାବ ରଖିବା ସମୟ ଶେଷ, ସୋନିଆ ଗାନ୍ଧୀ ନେବେ ନିଷ୍ପତ୍ତି, କିଛି ବଡ଼ ହେବାର ଆଶଙ୍କା

6/10/2022 at 9:36 PM

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଘୋଷଣା ହେବା ପରଠୁ ରାଜସ୍ଥାନରେ ଆରମ୍ଭ ହୋଇଥିବା ରାଜନୈତିକ ଡ୍ରାମା ଜାରି ରହିଛି । ଗେହଲଟ ଗୋଷ୍ଠୀର ନେତା ଖାଚରିୟାବାସଙ୍କୁ ସଚିନ ପାଇଲଟ ଭେଟିବା ଏବଂ କ୍ୟାବିନେଟ ମନ୍ତ୍ରୀ ବିଡି କଲ୍ଲାଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ପରେ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିଯାଇଛି।

ରାଜ୍ୟର ମନ୍ତ୍ରୀ ଶାନ୍ତି ଧାରୀୱାଲ, ମୁଖ୍ୟ ସଚେତକ ମହେଶ ଯୋଶୀ ଏବଂ ଆରଟିଡିସି ଅଧ୍ୟକ୍ଷ ଧର୍ମେନ୍ଦ୍ର ରାଠୋରଙ୍କୁ କଂଗ୍ରେସ ଶୃଙ୍ଖଳା କମିଟି ୧୦ ଦିନ ଭିତରେ ଜବାବ ମାଗିଥିଲା । ଅକ୍ଟୋବର ୬ ଆଜି ଏହି ଡେଡ୍ ଲାଇନ ଶେଷ ହୋଇଛି । ତିନି ଜଣ ନିଜ ଜବାବରେ କଣ କହିଛନ୍ତି ତାହା ଦେଖିବାକୁ ବାକି ରହିଛି ଏବଂ ଏହି ଜବାବ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାକୁ ଅପେକ୍ଷା। ଯଦି ସନ୍ତୋଷଜନକ ଉତ୍ତର ନମିଳେ, ତେବେ ଦଳ କଠୋର କାର୍ଯ୍ୟାନୁଷ୍ଠାନ ନେଇପାରେ।

ଅନ୍ୟପଟେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ କର୍ଣ୍ଣାଟକ ରହି ରାଜସ୍ଥାନ ସଂକଟ ଉପରେ ମନ୍ଥନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିସାରିଛନ୍ତି। ଅନ୍ୟପଟେ ସଚିନ ପାଇଲଟଙ୍କ ସୋନିଆ ଗାନ୍ଧିଙ୍କୁ ଭେଟି ଆଲୋଚନା କରିବା ରାଜ୍ୟ ରାଜନୀତିରେ କିଛି ବଡ଼ ହେଉଥିବାର ସଂକେତ ଦେଉଛି ।

ବଦଳୁଥିବା ରାଜନୀତିକୁ ବୁଝି ଗେହଲଟ ଗୋଷ୍ଠୀର ଖାଚରିୟାବାସ ଏବଂ ରାଜେନ୍ଦ୍ର ଗୁଡାଙ୍କ ସ୍ୱର ବଦଳିବାରେ ଲାଗିଛି । ମୋଟ ଉପରେ କହିବାକୁ ଗଲେ, ଧାରୀୱାଲ, ଯୋଶୀ ଏବଂ ରାଠୋରଙ୍କ ଜବାବ ରାଜସ୍ଥାନ ରାଜନୀତିରେ ନୂଆ ଭୂମିକମ୍ପ ଆଣିବ । ଏହାସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ଏବଂ କାହା ନେତୃତ୍ୱରେ ନିର୍ବାଚନ ଲଢାଯିବା ତାହ ସ୍ଥିର କରିବ।

   Related Posts