କୃଷକ ଆନ୍ଦୋଳନକୁ ସମର୍ଥନ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଶିଶୁର ରଣହୁଙ୍କାର: ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଅପିଲ୍

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ ୦୧/୧୨ : କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷକ ଆଇନକୁ ନେଇ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରଖିଛନ୍ତି। ନୂଆ କୃଷକ ଆନ୍ଦୋଳନକୁ ବଦଳାଇବା ଦାବିରେ ରାଜଧାନୀ ଦିଲ୍ଲୀରେ ହେଉଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ରାଜସ୍ଥାନ କଂଗ୍ରେସ କମିଟିର ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ମରୁଧରାର ଏକ ଶିଶୁର ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଏହି ଶିଶୁ କୃଷକଙ୍କ ପୀଡାକୁ ଉଜାଗର କରି ପୁରା ଜୋସର ସହ ଆନ୍ଦୋଳନ ତେଜ କରିବାକୁ ଅପିଲ କରିଛନ୍ତି। ଗୋବିନ୍ଦ ସିଂହ ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି। ଗୋବିନ୍ଦ ସିଂହ ଭିଡିଓ ସେୟାର କରିବା ପରେ ଏହି ଭିଡିଓ ଖୁବ ଭାଇରାଲ ହୋଇଛି।

ରାଜସ୍ଥାନ ପିସିସି ଚିଫ ଗୋବିନ୍ଦ ସିଂହ ଡୋଟାସରା ସୋମବାର ରାତିରେ ଏହି ଭିଡିଓ ସେୟାର କରିଥିଲେ। ମଙ୍ଗଳବାର ସକାଳ ସାଢେ ୭ଟା ଯାଏଁ ପାଖାପାଖି ୧୦ ହଜାର ଲୋକ ଏହି ଭିଡିଓ ଦେଖି ସାରିଥିଲେ। ଭିଡିଓକୁ ୨୪୫ ଥର ରିଟ୍ୱିଟ କରାଯାଇଛି ଏବଂ ପାଖାପାଖି ୨ ହଜାର ଲୋକ ଲାଇକ୍ କରିଛନ୍ତି। ୨ ମିନିଟ ୨୦ ସେକେଣ୍ଡର ଏହି ଭିଡିଓରେ ଶିଶୁ ସଂକ୍ଷିପ୍ତ ଭାଷଣ ପରେ କବିତା ମାଧ୍ୟମରେ ଆନ୍ଦୋଳନକାରୀ କୃଷକଙ୍କୁ ଉତ୍ସାହିତ କରୁଥିବା ନଜର ଆସିଛନ୍ତି। ଗୋବିନ୍ଦ ସିଂହ ଏହି ଭିଡିଓ ସେୟାର କରିବା ସହ ଟ୍ୱିଟରରେ ଲେଖିଛନ୍ତି, 'ରାଜସ୍ଥାନର ଗୌରବଶାଳୀ ମାଟିରୁ ଏହି ଛୋଟ ଶିଶୁଟି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଦୃଢ଼ ସ୍ୱରରେ ମୋଦି ସରକାରଙ୍କୁ ହମଲା କରିଛି, ଟିକିଏ ଶୁଣନ୍ତୁ।'

wp:core-embed/twitter {"url":"https://twitter.com/GovindDotasra/status/1333428782389030914","type":"rich","providerNameSlug":"twitter","className":""}
https://twitter.com/GovindDotasra/status/1333428782389030914
/wp:core-embed/twitter

ଭିଡିଓରେ ଶିଶୁ ଏକ କ୍ଷେତରେ ଛିଡା ହୋଇ ଏକ ନେତା ଭଳି ଭାଷଣ ଦେବା ସହ କବିତା ମାଧ୍ୟମରେ ମୋଦି ସରକାରଙ୍କୁ ହମଲା କରିଛନ୍ତି। ନିଜ ଦାବି ପୁରା ନ ହେବା ଯାଏଁ ଅଡି ବସିବାକୁ ସେ କୃଷକଙ୍କୁ ଅପିଲ କରିଛନ୍ତି। ସଫଳ ନ ହେବା ଯାଏଁ ପଛକୁ ନ ହଟିବାକୁ ସେ କହିଛନ୍ତି। ସେ ଦୃଢ ସ୍ୱରରେ କହିଛନ୍ତି ଯେ କେବେ ଯାଏଁ କୃଷକ ଏମିତି କାନ୍ଦୁଥିବେ। ସଂଘର୍ଷ କରି ସଫଳତାର ନୂଆ କାହାଣୀ ଲେଖିବା ଉଚିତ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ୩ଟି ନୂଆ କୃଷକ ଆଇନକୁ ବିରୋଧ କରି ପଞ୍ଜାବ ଓ ହରିୟାଣାର ଚାଷୀ ଦିଲ୍ଲୀ ସୀମାରେ ଧାରଣା ଦେଇଛନ୍ତି। ଏବେ ରାଜସ୍ଥାନ ଚାଷୀ ମଧ୍ୟ ଏହି ଆଇନକୁ ବିରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.