oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜସ୍ଥାନରେ ଥମୁନି ହିଂସା : ହନୁମାନଗଡରେ ହିନ୍ଦୁବାଦୀ ନେତାଙ୍କୁ ଆକ୍ରମଣ ପରେ ଉତ୍ତେଜନା

12/05/2022 at 7:41 AM

ନୂଆଦିଲ୍ଲୀ ୧୨/୦୫:  ଅଶାନ୍ତ ରାଜସ୍ଥାନ । ଏଠାରେ ପୁଣି ସାମ୍ପ୍ରଦାୟିକ ଦଙ୍ଗା ମୁଣ୍ଡ ଟେକିଛି । ଭୀଲଓ୍ୱାଡା ପରେ ହନୁମାନଗଡରେ ଉତ୍ତେଜନା ଦେଖିବାକୁ ମିଳିଛି । ଯାହାକୁ ନେଉ ବ୍ୟାପକ ପୋଲିସ ଫୋର୍ସ ମୁଚୟନ କରାଯାଇଛି ।

ସୂଚନାନୁସାରେ, ହନୁମାନଗଡରେ ଜଣେ ବିଶ୍ୱ ହିନ୍ଦୁ ପରିଷଦର ନେତା ସତବୀରଙ୍କୁ ଆକ୍ରମଣ କରାଯାଇଥିଲା । ଯାହାର ବିରୋଧରେ ସ୍ଥାନୀୟ ଲୋକେ ପ୍ରଦର୍ଶନ କରିବା ସହ ରାସ୍ତାଘାଟ ଅଚଳ କରିଦେଇଥିଲେ । ଏବେ ବିଏଚପି ନେତାଜଣଙ୍କ ଚିକିତ୍ସିତ ହେଉଛନ୍ତି ।

ସତବୀରଙ୍କ କହିବାନୁସାରେ, ତାଙ୍କୁ ଜଣେ ମହିଳା ଓ ଜଣେ ପୁରୁଷ ଏକ ମନ୍ଦିର ସାମ୍ନାରେ କିଛି ଯୁବକ ବସିଥିବା କହିଥିଲେ । ଯେଉଁ ଯୁବକମାନେ ସେମାନଙ୍କୁ ଅସତବ୍ୟବହାର କରୁଥିଲେ । ଏହା ଶୁଣିବା ପରେ ସେ ସେଠାକୁ ଯାଇଥିଲେ ଓ ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଏହାପରେ ଯୁବକମାନେ ଏକ ଲୁହା ରଡରେ ତାଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ତାଙ୍କୁ ଆଘାତ ଲାଗିଥିଲା ଓ ସେ ଗୁରୁତର ହୋଇଥିଲେ ।

ଘଟଣା ପରେ ବଜରଙ୍ଗ ଦଳ ଓ ବିଏଚପି ପକ୍ଷରୁ ରାସ୍ତା ବନ୍ଦ କରାଯାଇ ବିରୋଧ କରାଯାଇଥିଲା । ଲୋକେ ପ୍ରଶାସନ ବିପକ୍ଷରେ ମଧ୍ୟ ନାରାବାଜି କରିଥିଲେ । ହନୁମାନଗଡ ଜିଲ୍ଲାପାଳ ଓ ଏସପି ସେଠାରେ ପହଣଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହା ସତ୍ତ୍ୱେ ମଧ୍ୟ ସେଠାରେ ଚାପା ଉତ୍ତେଜନା ଲାଗିରହିଥିବା ଜଣାପଡିଛି ।

   Related Posts