ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ପାଣି ଛୁଇଁ ଦେବାରୁ ଛାତ୍ରଙ୍କୁ ମାଡ, ହସ୍ପିଟାଲରେ ବୁଜିଲେ ଆଖି : ରାଜସ୍ଥାନ ଜାଲୋରରେ ଉତ୍ତେଜନା

14/08/2022 at 7:41 AM

ନୂଆଦିଲ୍ଲୀ, ୧୪|୦୮:  ଛାତ୍ରଙ୍କ ମୃତ୍ୟୁକୁ ନେଇ ହଙ୍ଗାମା । ରାଜସ୍ଥାନର ଜାଲୋରରେ ଜଣେ ଦଳିତ ଛାତ୍ରଙ୍କ ମୃତ୍ୟୁ ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଇଣ୍ଟରନେଟକୁ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆକ୍ରୋଶିତ ରହିଛନ୍ତି । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି । ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜସ୍ଥାନ ସରକାରଙ୍କୁ ଘେରିଛି ।

କଣ ହୋଇଥିଲା ଛାତ୍ରଙ୍କ ସହ

ସୂଚନା ଅନୁସାରେ, ଜଣେ ୯ ବର୍ଷର ଛାତ୍ର ପାଣି ପିଇବାକୁ ସ୍କୁଲରେ ଥିବା ମାଠିଆକୁ ଛୁଇଁଥିଲେ । ଏହା ଦେଖିବା ପରେ ଜଣେ ଶିକ୍ଷକ ତାଙ୍କୁ ମାଡ ମାରିଥିଲେ । ଫଳରେ ଛାତ୍ରଙ୍କ କାନର ଶିରା ଫାଟି ଯାଇଥିଲା । ଚିକିତ୍ସା ପାଇଁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ଛାତ୍ରଟି ପ୍ରାଣ ହରାଇଥିଲା ।

ଦଳିତ ଛାତ୍ରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଭିନ୍ନ ସଙ୍ଗଠନ ଆନ୍ଦୋଳନକୁ ଓହ୍ୱାଇଛନ୍ତି । ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଥିବା ବେଳେ ରାଜସ୍ଥାନ ସରକାର ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ।

ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ, ଜାଲୋରରେ ଏକ ବେସରକାରୀ ସ୍ତୁଲ ଶିକ୍ଷକଙ୍କ ମାଡରେ ଛାତ୍ରର ମୃତ୍ୟୁ ଘଟିଛି । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏସସି-ଏସଟି ଆକ୍ଟରେ ମାମଲା ଚାଲିବ । ତାଙ୍କୁ ଗିରଫ କରାଯାଇଛି । ଛାତ୍ରଙ୍କୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି ।

ତେବେ ମାମଲା ଗୁରୁତର ହୋଇଥିବାରୁ ରାଜନୈତିକ ବୟାନବାଜି ଜୋର୍ ଧରିଛି । ଭୀମ୍ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର କହିଛନ୍ତି ଯେ, ପାଣି ସ୍ପର୍ଶ କରିବାକୁ ଛାତ୍ରକୁ ମାଡ ହୋଇଛି । ଯେଉଁଥିରେ ତାର ମୃତ୍ୟୁ ଘଟିଛି । ବିଜେପି ମଧ୍ୟ କଂଗ୍ରେସ ଶାସନରେ ଦଳିତ ଛାତ୍ର ସୁରକ୍ଷା ନଥିବା କହିଛି ।

   Related Posts