scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନାରୀ ସୁରକ୍ଷା ନେଇ ନିଜ ସରକାରର ବିଫଳତା ଉପରେ ପ୍ରଶ୍ନ ଉଠାଇବାରୁ ସରକାରରୁ ବିଦା ହେଲେ ରାଜସ୍ଥାନ ମନ୍ତ୍ରୀ

21/07/2023 at 11:15 PM

ଜୟପୁର: ମହିଳା ସୁରକ୍ଷା ପ୍ରସଙ୍ଗରେ ନିଜ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇବାରୁ ମନ୍ତ୍ରୀ ପଦରୁ ହଟିଲେ ରାଜସ୍ଥାନ ରାଜ୍ୟମନ୍ତ୍ରୀ ରାଜେନ୍ଦ୍ର ଗୁଧା। ପ୍ରଶ୍ନ କରିବାର କିଛି ଘଣ୍ଟା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଶୁକ୍ରବାର ଦିନ ରାଜେନ୍ଦ୍ର ଗୁଧାଙ୍କୁ ରାଜ୍ୟ ମନ୍ତ୍ରୀ ପଦରୁ ବରଖାସ୍ତ କରିଛନ୍ତି।

ରାଜେନ୍ଦ୍ର ରାଜ୍ୟରେ ସୈନିକ କଲ୍ୟାଣ୍ଡ(ସ୍ୱାଧୀନ ଭାବେ ଦାୟିତ୍ୱ), ହୋମ ଗାର୍ଡ ଓ ନାଗରିକ ସୁରକ୍ଷା, ପଞ୍ଚାୟତି ରାଜ ଓ ଗ୍ରାମୀଣ ବିକାଶ ରାଜ୍ୟ ମନ୍ତ୍ରୀ ଥିଲେ। ଶୁକ୍ରବାର ରାଜ୍ୟ ବିଧାନସଭାରେ ‘ସର୍ବନିମ୍ନ ଆୟ ସୁନିଶ୍ଚିତ ବିଲ୍ ୨୦୨୩’ ଉପରେ ହୋଇଥିବା ଆଲୋଚନ ହୋଇଥିଲା। ଏହି ସମୟରେ ମଣିପୁର ନାରୀ ଉଲଗ୍ନ ପରେଡ୍ ଘଟଣାରେ କଂଗ୍ରେସ ବିଧାୟକମାନେ ଗୃହରେ ପ୍ଲାକାର୍ଡ ଧରି ନାରାବାଜୀ କରିଥିଲେ। ଏହାପରେ ଗୁଧା ନାରୀ ସୁରକ୍ଷା ପ୍ରସଙ୍ଗରେ ନିଜ ସରକାର ଉପରେ ପ୍ରଶ୍ନ ଉଠାଇଥିଲେ।

ପଢ଼ନ୍ତୁ-ମଣିପୁର ମହିଳା ବିବସ୍ତ୍ର ଘଟଣା: ପୋଲିସ  ହେପାଜତରେ ୪ ଅଭିଯୁକ୍ତ, ଜୁଲାଇ ୨୦ରେ ହୋଇଥିଲେ ଗିରଫ

ଏନେଇ ସେ କହିଥିଲେ ରାଜସ୍ଥାନରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ଆମେ ଯେଉଁଭଳି ଭାବରେ ବିଫଳ ହୋଇଛୁ ଏବଂ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଛି, ମଣିପୁର ପ୍ରସଙ୍ଗ ଉଠାଇବା ପରିବର୍ତ୍ତେ ଆମକୁ ନିଜ କଥା ଦେଖିବା ଉଚିତ। ଏହି ବୟାନ ପରେ ଗୁଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରୋଷର ଶିକାର ହେବାକୁ ପଡ଼ିଛି। ତାଙ୍କୁ ସରକାରରୁ ବରଖାସ୍ତ କରାଯାଇଛି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସୁପାରିଶ କ୍ରମେ ରାଜ୍ୟପାଳ କଲରାଜ ମିଶ୍ର ଶୁକ୍ରବାର (ଜୁଲାଇ ୨୧) ରାଜ୍ୟ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଧାଙ୍କୁ ବରଖାସ୍ତ କରିବାକୁ ଅନୁରୋଧ ଗ୍ରହଣ କରିଛନ୍ତି।

ଅନ୍ୟପଟେ ସରକାରରୁ ବରଖାସ୍ତ ହେବା ପରେ ଗୁଧା କହିଛନ୍ତି ଯେ ରାଜସ୍ଥାନରେ ଅପରାଧ ବୃଦ୍ଧି ପାଇଛି। ମୁଁ ମୋର ବୟାନରେ ଏବେ ବି କାଏମ ରହିଛି। ତେବେ ସରକାରରୁ ବରଖାସ୍ତ ହେବା ପରେ ଗୁଧାଙ୍କର ପରବର୍ତ୍ତି ପଦକ୍ଷେପ କଣ ରହିବ ତାହା ସୋମବାର (ଜୁଲାଇ ୨୪) କହିବେ ବୋଲି ସେ କହିଛନ୍ତି।

ପଢ଼ନ୍ତୁ-ମଣିପୁର ବର୍ବରତା ଆଉ ଏକ ଭିଡିଓ ଭାଇରାଲ: ବାଉଁଶ ବାଡ଼ରେ ଝୁଲୁଛି କଟାମୁଣ୍ଡ

ଅନ୍ୟପଟେ ମାମଲା ବୃଦ୍ଧି ପ୍ରସଙ୍ଗରେ ରାଜସ୍ଥାନ ସରକାରର ମନ୍ତ୍ରୀ ବି.ଡି କାଲା କହିଛନ୍ତି ଯେ ରାଜସ୍ଥାନରେ ଅଧିକ ଅପରାଧ ନାହିଁ। ଆମେ ଅଧିକ FIR ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛୁ। ଏହି କାରଣରୁ ସଂଖ୍ୟା ଅଧିକ ଲାଗୁଛି।

   Related Posts