vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୯୬୫ ରେ ପାକିସ୍ତାନ ସହ ଯୁଦ୍ଧ ଲଢ଼ିଥିଲେ ଜେଜେ: ଚୀନ ସୀମାରେ ଦେଶ ରକ୍ଷା ପାଇଁ ଶହୀଦ ହେଲେ ନାତି

4/09/2020 at 12:43 PM

ଝୁନଝୁନ ୦୪/୦୯ : ରାଜସ୍ଥାନର ଆଉ ଜଣେ ବୀର ପୁତ୍ର ଦେଶ ରକ୍ଷା ପାଇଁ ସୀମାରେ ନିଜ ଜୀବନର ବଳିଦାନ ଦେଇଛନ୍ତି | ବୀର ପୁତ୍ରଙ୍କ ଧରାପୃଷ୍ଠ କୁହାଯାଉଥିବା ଝୁନଝୁନ ଜିଲ୍ଲାର ନାୟବ ସୁବେଦାର ଶମସେର ଅଲି ଖାନ ଭାରତ-ଚୀନ ସୀମାରେ ପାଟ୍ରୋଲିଂ ସମୟରେ ଶହୀଦ ହୋଇଛନ୍ତି | ଶହୀଦଙ୍କ ପାର୍ଥିବ ଶରୀର ଶୁକ୍ରବାର ସନ୍ଧ୍ୟା ଯାଏଁ ତାଙ୍କ ପୈତୃକ ଗାଁରେ ପହଞ୍ଚିବ | ଶମସେର ଅଲି ଖାନଙ୍କ ପରିବାର ୪ ପୀଢ଼ି ହେଲା ଦେଶ ସେବା କରୁଛନ୍ତି | ପଞ୍ଚମ ପୀଢ଼ି ସେନାରେ ଭର୍ତ୍ତି ହେବାକୁ ପ୍ରସ୍ତୁତ ଅଛନ୍ତି | ଶମସେର ଅଲି ଖାନଙ୍କ ଜେଜେବାପା ୧୯୬୫ ମସିହାରେ ପାକିସ୍ତାନ ବିରୋଧରେ ଯୁଦ୍ଧ କରିଥିଲେ | ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଶମସେର ଅଲି ଖାନଙ୍କ ପାର୍ଥିବ ଶରୀରକୁ ସଲାମ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି |

ଜିଲ୍ଲା ସୈନ୍ୟ କଲ୍ୟାଣ ଅଧିକାରୀ କମାଣ୍ଡର ପରଭେଜ ହୁସେନ କହିଛନ୍ତି ଯେ, ଶହୀଦ ନାୟବ ସୁବେଦାର ଶମସେର ଅଲି ଖାନ ଉଦୟପୁରବାଟି ଉପଖଣ୍ଡ ଗୁଢଗୌଡ଼ଜି ନିକଟସ୍ଥ ହୁକୁମପୁର ଗାଁର ବାସିନ୍ଦା ଥିଲେ | ସେ ଅରୁଣାଚଳ ପ୍ରଦେଶ ଟାଙ୍ଗୋରେ ୨୪ ଗ୍ରେନେଡିୟର ୟୁନିଟରେ ନିୟୋଜିତ ଥିଲେ | ସେ ସେହି ନିକଟରେ ଚୀନ ସୀମାରେ ପାଟ୍ରୋଲିଂ କରିଥିଲେ | ସେତେବେଳେ ସେଠାରେ ତାଙ୍କୁ ଆତଙ୍କବାଦୀଙ୍କ ଗତିବିଧି ଦେଖିବାକୁ ମିଳିଥିଲା | ସେ ଆତଙ୍କବାଦୀଙ୍କ ମୁକାବିଲା କରିବାକୁ ଯାଇଥିଲେ | ସେତେବେଳେ ସେ ପାଇନିଜ ପୋଷ୍ଟରେ ଶହୀଦ ହୋଇଥିଲେ | ଏହି ପୋଷ୍ଟର ଉଚ୍ଚତା ପାଖାପାଖି ୧୮ ହଜାର ଫୁଟ | ସେଠାରେ ଶମସେର ଅଲି ଖାନ ଗୁରୁବାର ସକାଳ ସାଢେ ୪ଟା ସମୟରେ ଅନ୍ତିମ ନିଶ୍ଵାସ ତ୍ୟାଗ କରିଥିଲେ | ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ତାଙ୍କ ପାର୍ଥିବ ଶରୀର ତାଙ୍କ ଗାଁରେ ପହଞ୍ଚିବା ସମ୍ଭାବନା ରହିଛି | 

ଶମସେର ଅଲି ଖାନଙ୍କ ଶହୀଦ ହେବା ସୂଚନା ମିଳିବା ପରେ ଗାଁରେ ଶୋକର ଲହରୀ ଖେଳି ଯାଇଥିଲା | ଶହୀଦଙ୍କ ପତ୍ନୀ ସଲାମ ବାନୋ ବେହୋସ ହୋଇଯାଇଥିଲେ | ଶହୀଦଙ୍କ ଭାଇ ଅଲି ଶେର କହିଛନ୍ତି ଯେ ଶମସେର ଅଲି ୧୯୯୭ ମସିହାରେ ସେନାରେ ଭର୍ତ୍ତି ହୋଇଥିଲେ | ଶମସେର ଅଲି ଖାନଙ୍କ ପରିବାରର ୪ ପୀଢ଼ି ହେଲା ସେନାରେ ଦେଶ ସେବା କରୁଛନ୍ତି | ଏହି ପରିବାର ଦେଶଭକ୍ତି ଏଥିରୁ ଅଙ୍କା ଯାଇପାରିବ ଯେ ପରିବାରର ପଞ୍ଚମ ପୀଢ଼ି ମଧ୍ୟ ସେନାରେ ଭର୍ତ୍ତି ହେବା ପାଇଁ ପ୍ରସ୍ତୁତ ହେଉଛି | ଶମସେର ଅଲିଙ୍କ ୧୬ ବର୍ଷ ଓ ୧୨ ବର୍ଷର ପୁଅ ସେନାରେ ଭର୍ତ୍ତି ହେବାକୁ ପ୍ରସ୍ତୁତ ହେଉଛନ୍ତି |

   Related Posts