Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦ ମିନିଟ୍‌, ୯ ବିସ୍ଫୋରଣ ଏବଂ ୭୧ ମୃତ: ଜୟପୁର ବ୍ଲାଷ୍ଟ୍‌ର ସବୁ ଅଭିଯୁକ୍ତ ହାଇକୋର୍ଟରେ ଦୋଷମୁକ୍ତ

29/03/2023 at 5:47 PM

ନୂଆଦିଲ୍ଲୀ, ୨୯/୦୩: ୨୦୦୮ ରାଜସ୍ଥାନ ସିରିଏଲ ବିସ୍ଫୋରଣ ମାମଲାରେ ଦୋଷ ମୁକ୍ତି ହେଲେ ସମସ୍ତ ୪ ଦୋଷୀ। ରାଜସ୍ଥାନ ହାଇକୋର୍ଟ ଜୟପୁର ସିରିଏଲ ବିସ୍ଫୋରଣ ମାମଲାରେ ସମସ୍ତ ୪ ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି। କୋର୍ଟ ଏହି ମାମଲାରେ ଦୋଷୀଙ୍କ ତରଫରୁ ହୋଇଥିବା ୨୮ ଅପିଲ୍‌ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି।

ବୁଧବାର ହୋଇଥିବା ଶୁଣାଣି ସମୟରେ ହାଇକୋର୍ଟ ଦୋଷୀଙ୍କ ଅପିଲ୍‌କୁ ମଞ୍ଜୁରୀ କରିବା ସହ ସପକ୍ଷରେ ନିଷ୍ପତ୍ତି ଶୁଣାଇଛନ୍ତି। ରାଜସ୍ଥାନ ହାଇକୋର୍ଟ ବିଚାରପତି ପଙ୍କଜ ଭଣ୍ଡାରୀ ଏବଂ ଜଷ୍ଟିସ୍‌ ସମୀର ଜୈନ୍‌ଙ୍କ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି। ହାଇକୋର୍ଟ ଏହି ମାମଲାରେ ଦୋଷୀ ଜଣେ ନାବାଳକକୁ ଶିଶୁ ସୁଧାର ଗୃହକୁ ପଠାଇଛନ୍ତି।

ଏମିତି ଥିଲା ରାଜସ୍ଥାନ ସିରିଏଲ ବୋମା ବିସ୍ଫୋରଣ:

୨୦୦୮ ମେ ୧୩ ତାରିଖରେ ସିରିଏଲ ବୋମା ବିସ୍ଫୋରଣ ହୋଇଥିଲା। ଗୋଟିଏ ପରେ ଗୋଟିଏ ୯ ସ୍ଥାନରେ ହୋଇଥିବା ବୋମା ବିସ୍ଫୋରଣରେ ଦୋହୋଲିଯାଇଥିଲା ପୂରା ଜୟପୁର ସହର। ଘଟଣାରେ ୭୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ୧୭୬ ଜଣ ଆହତ ହୋଇଥିଲେ।

ଏହି ବୋମା ବିସ୍ଫୋରଣ ପରେ ରାଜସ୍ଥାନ ସରକାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଏଟିଏସ ଗଠନ କରିଥିଲେ। ଏହି ମାମଲାରେ ଜୟପୁରର ଚାନ୍ଦପୋଲ୍‌ ହନୁମାନ ମନ୍ଦିର, ସାଙ୍ଗାନେରୀ ଗେଟ୍‌ ହନୁମାନ ମନ୍ଦିର ସହ ଅନେକ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ମାମଲାରେ ଏଟିଏସ ୧୧ ଆତଙ୍କୀଙ୍କ ନାମ ଆସିଥିଲା।

୨୦୧୯ ରେ ନିମ୍ନ ଅଦାଲତରେ ହୋଇଥିଲେ ଦୋଷୀ ସାବ୍ୟସ୍ତ:

ଏହା ପୂର୍ବରୁ ୨୦୧୯ ରେ ଜୟପୁରର ନିମ୍ନ ଅଦାଲତ ଜୟପୁର ବୋମା ବିସ୍ଫୋରଣ ମାମଲାରେ ଚାରି ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେମାନଙ୍କୁ ୟୁଏପିଏ ଅନୁଯାୟୀ ଭିନ୍ନ ଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେହିଭଳି ଜଣେ ଅଭିଯୁକ୍ତକୁ ମୁକ୍ତ କରାଯାଇଥିଲା। ପ୍ରକୃତରେ ଏହି ମାମଲାରେ ସମୁଦାୟ ପାଞ୍ଚ ଅଭିଯୁକ୍ତ ଥିଲେ।

୨୦୧୯​‌ରେ କୋର୍ଟ ଏହି ମାମଲାରେ ଅଭିଯୁକ୍ତ ଶାହବାଜ ହୁସୈନଙ୍କୁ ଖଲାସ କରିଥିଲେ। ସେହିଭଳି ମୋହମ୍ମଦ ସୈଫ, ସରବର ଆଜମୀ, ସୈଫୁର୍ରହମାନ ଏବଂ ଏକ ନାବାଳକ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସମସ୍ତ ପାଞ୍ଚ ଅଭିଯୁକ୍ତ ଉତ୍ତର ପ୍ରଦେଶର।

   Related Posts