suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଅନ୍ୟ ଜାତିରେ ବିବାହ କଲେ ମିଳିବ ୧୦ ଲକ୍ଷ, ଏହି ରାଜ୍ୟ ସରକାରଙ୍କ ଘୋଷଣା

24/03/2023 at 10:56 PM

ନୂଆଦିଲ୍ଲୀ, ୨୪/୦୩: ଅନ୍ୟ ଜାତିରେ ବିବାହ (ଇଣ୍ଟରକାଷ୍ଟ ବିବାହ) କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ରାଜସ୍ଥାନର ଗେହଲଟ ସରକାର। ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଇଣ୍ଟରକାଷ୍ଟ ମ୍ୟାରେଜ୍ ବିବାହରେ ମିଳୁଥିବା ପ୍ରୋତ୍ସାହନ ରାଶିକୁ ବଢ଼ାଇବାକୁ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ଏହି ରାଶିକୁ ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି।

ରାଜ୍ୟରେ ଡା.ସବିତା ବେନ୍‌ ଆମ୍ବେଦକର ଯୋଜନାର ଅନୁଯାୟୀ ଅନ୍ୟଜାତିରେ ବିବାହ ଉପରେ ପ୍ରୋତ୍ସାହନ ରାଶି ଦିଆଯାଇଥାଏ। ଆଉ ଏବେ ଏହି ଯୋଜନା ଅନୁଯାୟୀ ରାଜ୍ୟରେ ଇଣ୍ଟରକାଷ୍ଟ ବିବାହ କରୁଥିବା ଦମ୍ପତ୍ତିଙ୍କୁ ୧୦ ଲକ୍ଷ ଟଙ୍କା ରାଶି ଦିଆଯିବ। ଏହି ଯୋଜନା ସରକାରଙ୍କ ସାମାଜିକ ନ୍ୟାୟ ଏବଂ ଅଧିକାର ବିଭାଗ ଦ୍ବାରା କାର୍ଯ୍ୟକ୍ଷମ।।

ସରକାରଙ୍କ ତରଫରୁ ଏହି ଅର୍ଥ ୫ ଲକ୍ଷ ଟଙ୍କା ୮ ବର୍ଷ ପାଇଁ ଫିକ୍ସଡ ଡିପୋଜିଟ୍‌ କରାଯିବ ଏବଂ ବଳକା ଅର୍ଥ ଉଭୟଙ୍କ ବ୍ୟାଙ୍କ୍ ଖାତାରେ ଜମା କରାଯିବ। ୨୦୨୩-୨୪ ବଜେଟ୍‌ରେ ଏନେଇ ଘୋଷଣା କରିଥିଲେ ସିଏମ ଗେହଲଟ। ସେହିଭଳି ଏହି ଯୋଜନା ସେମାନଙ୍କୁ ଲାଭ ମିଳିବ ଯେଉଁମାନଙ୍କର ବୟସ ୩୫ ବର୍ଷରୁ କମ୍ ହୋଇଥିବ।

   Related Posts