ବିଷ ଖାଇ ୨୩ ମୟୁର ମୃତ, ଚାଷୀ ଅଟକ

Published By : Prameya-News7 Bureau | December 25, 2019 IST

ବିକାନେର ୨୫।୧୨: ରାଜସ୍ଥାନ  ସେରୁନାର ଏକ ଚାଷ ଜମିରୁ ବହୁ ସଂଖ୍ୟର ମୟୁର ମୃତାବସ୍ଥାରେ ମିଳିଛନ୍ତି। ଚାଷୀ ଜମିରେ ଫସଲ କ୍ଷତି ରୋକିବା ଲାଗି ବିଷ ପକାଇଥିଲେ। ମୟୁର ଖାଦ୍ୟାନ୍ୱେଷଣରେ ଆସି ଜମିରେ ବିଷ ଖାଇ ପ୍ରାଣ ହରାଇଛନ୍ତି। ଏଥିଯୋଗୁ ପ୍ରାୟ ୨୩ଟି ମୟୁରଙ୍କ ମୃତ୍ୟୁ ହୋଇଥିବା ବନ୍ୟପ୍ରାଣୀ ବିଭାଗ ଅଭିଯୋଗ କରିଛନ୍ତି। ମାମଲାରେ ପୋଲିସ ଚାଷୀଙ୍କୁ ଗିରଫ କରିଛି।

{"id":202628,"sizeSlug":"large"}

ବନବିଭାଗ ଓ ପୋଲିସ ଅଧିକାରୀଙ୍କ ଅନୁସାରେ , ଚାଷୀ ଦିନେଶ ସିଂହ ଚମାର ନିଜ ଜମିରେ ପନିପରିବା ଚାଷ ପାଇଁ ବିହନ ବୁଣିଥିଲେ । ସେ ଚାଷ ବିହନକୁ ପକ୍ଷୀଙ୍କଠାରୁ ରକ୍ଷା କରିବା ଲାଗି ଜମି ଚାରିପଟେ ଦିନେଶ ବିଷ ପୋତିଥିଲେ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି । ମୟୁରମାନେ ବିଷ ଖାଇବା ପରେ ସେହିଠାରେ ହିଁ ଟଳିପଡିଥିଲେ।  

{"id":202627,"sizeSlug":"large"}

ସୋମବାର ବିଳମ୍ବିତ ରାତିରେ ଏହି ଚାଷ ଜମିରେ ମୟୁରମାନଙ୍କର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି ।  ଚାଷ ଜମିରୁ ନିକଟରୁ ୨୩ଟି ମୟୁରଙ୍କ ମୃତଦେହ ମିଳିଛି । ସେହିପରା  ଚାଷ ଜମି ନିକଟରେ ପାରା ଓ ମୂଷାଙ୍କ ମଧ୍ୟ ମୃତଦେହ ପଡିଥିଲା। ବନବିଭାଗ ଅଧିକାରୀ ସମସ୍ତ ମୃତ ପକ୍ଷୀଙ୍କ ଶବ ଆଣିସୁରକ୍ଷିତ ରଖିଛନ୍ତି । ମୟୁରଙ୍କ ମୃତଦେହଗୁଡିକୁ ପୋଷ୍ଟମର୍ଟମ କରାଯାଇଛି । ଏଥିରୁ ବିଷ ଯୋଗୁ ମୟୁରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଚାଷୀ ଦିନେଶକୁ ବନ୍ୟଜୀବୀ ସଂରକ୍ଷଣ ଅଧିନିୟମରେ ଗିରଫ କରାଯାଇଛି । ତେବେ ପକ୍ଷୀମାନେ ଚାଷ କ୍ଷତିକରୁଥିଲେ ବୋଲି ଦିନେଶ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.